ଭାରସାମ୍ୟ ହରାଇ ଓଲଟି ପଡ଼ିଲା ୧୦୮ ଆମ୍ବୁଲାନ୍ସ୍ ଅଳ୍ପକେ ବର୍ତ୍ତିଲେ ସାଧାରଣ ଜନତା…

ନବୀନ ଦାଶ(ବରଗଡ଼)୧୨/୦୬:-ବରଗଡ଼ ଜିଲ୍ଲା ଅତାବିରା ଅଧିନସ୍ଥ ଦେବାହାଲ୍ ନିକଟ ତାଜ ଟିକ୍ରା ଠାରେ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର- ବରଗଡ଼ ୱେ ରେ ଅପରାହ୍ନ ଦୁଇ ଘଣ୍ଟା ତିରିଶ ମିନିଟ ସମୟରେ ୧୦୮ ଆମ୍ବୁଲାନ୍ସ ଗାଡ଼ି ନଂ ଓଡ଼ି ୦୨ବି ଜେ ୬୭୯୫ ର ସାମ୍ନା ପଟ ବାମ ଚକ ଫାଟି ଯିବାରୁ ଗାଡ଼ି ଟି ଭାର ସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘାସ ବୁଦା ଭିତରକୁ ପଶି ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଥିବା ଜଣାପଡିଛି ।

ଗାଡ଼ି ଟି ବୁର୍ଲା ବଡ ମେଡିକାଲ ରେ ରୋଗୀ ଛାଡ଼ି ବରଗଡ଼ ଅଭିମୁଖେ ଫେରିବା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଆମ୍ବୁଲେନ୍ସ ରେ ଥିବା ଡ୍ରାଇଭର, ହେଲ୍ପର ଙ୍କ ସମେତ ଜଣେ କର୍ମଚାରି ସାମାନ୍ୟ୍ ଆହତ ହୋଇ ଥିବାବେଳେ ଯିବା ଆସିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ସୂଚନା ଯୋଗ୍ୟ ଯେ ଏହି ଗାଡ଼ି ଟି ପୂର୍ବରୁ କେନ୍ଦ୍ରାପଡ଼ା ରେ ରହିଥିବା ବେଳେ ବରଗଡ଼ କୁ ଆସିବା ଦିନ ଠାରୁ ବାରମ୍ବାର ଦୁର୍ଘଟଣା ଗ୍ରସ୍ତ ହେଉଥିବା ଉକ୍ତ ସ୍ଥାନରେ ଲୋକ ଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ତେବେ ରୋଗୀ ସେବା ପାଇଁ ସରକାର ବାହାଦୁର ଙ୍କ ୧୦୮ ଆମ୍ବୁଲେନ୍ସ ସେବା ରେ ଏତେ ଅବ୍ୟବସ୍ଥିତ କାହିଁକି ବୋଲି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ହେଉଥିବା ବେଳେ ଯଦି ରୋଗୀ ଥାନ୍ତେ ତେବେ କଣ ହୋଇଥାନ୍ତା ବୋଲି ଲୋକେ କହନ୍ତି ।

ଯାହାହେଉ ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ତଥା ଯିବା ଆସିବା ଲୋକଙ୍କ ସହାୟତା ୧୦୮ ଏମ୍ବୁଳେନ୍ସ ଉଦ୍ଧାର ହୋଇଥିବା ଜଣାପଡିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କ୍ରମାଗତ ଦ୍ୱିତୀୟ ଟି- ଟୋଂଟୀରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ପରାସ୍ତ…

Mon Jun 13 , 2022
ମନୋଜ ମହାନ୍ତି: ୨ୟ ଟି-ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୨୦ ଓଭରରେ ୬ ଟି ଉଇକେଟ ହରାଇ ୧୪୮ ସ୍କୋର କରିଥିଲା। ଏହାର ଉତ୍ତରରେ, ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଏବଂ ହେନ୍ରିଚ୍ କ୍ଲାସେନ୍ଙ୍କ ମଧ୍ୟରେ ଉତ୍କୃଷ୍ଟ ଭାଗିଦାରୀ ହେତୁ ୧୦ ଟି ବଲ୍ ଥାଇ ଜିତିଥିଲେ | ଏହି […]

You May Like

Pin It on Pinterest