ନକଲି ଡାକ୍ତରଙ୍କ ନାଁ ରେ ଦାଖଲ ହେଲା ଚାର୍ଜସିଟ୍…

ପ୍ରମୋଦ ନାୟକ(ଭୁବନେଶ୍ୱର):ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା, ଦୁଇ ସହଯୋଗୀ ବିଶ୍ୱଜିତ ଓ ଚିତ୍ତରଞ୍ଜନ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି।

ଏଥିରେ ୧୦୨ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି।ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ୯୪୦ ପୃଷ୍ଠାର ଏହି ଚାର୍ଜସିଟ୍ ଦାଖଲ କରାଯାଇଛି।
କେମିତି ରମେଶ ଅର୍ଥ ହଡ଼ପ କରିବା ନିମନ୍ତେ ବହୁ ବିବାହକୁ ମାଧ୍ୟମ କରୁଥିଲେ, କିଭଳି ବିବାହକୁ ମାଧ୍ୟମ କରି ଉଚ୍ଚଶିକ୍ଷିତ ମହିଳାକୁ ଟାର୍ଗେଟ କରୁଥିଲେ, କେମିତି ନିଜକୁ ଡକ୍ଟର ପରିଚୟ ଦେଇ ମହିଳାମାନଙ୍କୁ ଜାଲରେ ଫସାଉଥିଲେ, କେମିତି ସେ ଚାକିରି କରାଇଦେବା ନାମରେ ଅର୍ଥ ହଡ଼ପ କରିଥିଲେ ଏସବୁ ତଥ୍ୟକୁ ଚାର୍ଜସିଟ୍‌ରେ ଯୋଡ଼ିଛି ମହିଳା ଥାନା ପୁଲିସ୍।

ସୂଚନାଯୋଗ୍ୟ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଘର କେନ୍ଦ୍ରାପଡ଼ାରେ। ସେ ୧୯୮୨ରେ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତା’ ପରେ ସେ ଆଉ ୧୮ ମହିଳାଙ୍କୁ ବିବାହ କରିଥିଲା। ମହିଳାଙ୍କୁ ପ୍ରେମ୍‌ ଜାଲରେ ଫସାଇବା ପାଇଁ ସେ ଡ୍ରାମା କରୁଥିଲା। କେତେବେଳେ ମିଛି ମିଛିକା କାନ୍ଦୁଥିଲା ତ ଆଉ କେତେ ଦେହ ଅସୁସ୍ଥ ରହିଛି ବୋଲି ଅଭିନୟ କରୁଥିଲା। ଯାହାକୁ ସହଜରେ ବିଶ୍ୱାସ କରିନେଉଥିଲେ ଅସହାୟ, ବିଧବା, ସ୍ୱାମୀ ପରିତ୍ୟକ୍ତା ମହିଳାମାନେ। ଆଉ ତାପରେ ସେମାନଙ୍କୁ ବିବାହ କରି ଅୟସ୍‌ କରୁଥିଲେ ରମେଶ।ରମେଶ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। 

ପରିଚୟ ବଦଳାଉଥିଲା କେତେ ବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅପରେସନ୍ ରାହୁଲ୍ ୧୦୦ ଘଣ୍ଟାର କଠିନ ପରିଶ୍ରମ ପରେ ସକସେସ୍....

Wed Jun 15 , 2022
ବାସ୍ତବବ୍ୟୁରୋ:୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ,ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ । ବାଧକ ସାଜିଥିବା ପଥର ଚଟାଣ କାଟିବା ପାଇଁ ଅନେକ ସମସ୍ୟାଥିଲା ତେବେ ଏହାକୁ କାଟିବା ପରେ ରାହୁଲକୁ […]

You May Like

Pin It on Pinterest