ଅପରେସନ୍ ରାହୁଲ୍ ୧୦୦ ଘଣ୍ଟାର କଠିନ ପରିଶ୍ରମ ପରେ ସକସେସ୍….

ବାସ୍ତବବ୍ୟୁରୋ:୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ,ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ ।

ବାଧକ ସାଜିଥିବା ପଥର ଚଟାଣ କାଟିବା ପାଇଁ ଅନେକ ସମସ୍ୟାଥିଲା ତେବେ ଏହାକୁ କାଟିବା ପରେ ରାହୁଲକୁ ଉଦ୍ଧାର କରାଯାଇଛି । ଭିଏଲସି କ୍ୟାମେରା ଦ୍ୱାରା ରାହୁଲର ଅବସ୍ଥିତି ଅନୁଧ୍ୟାନ କରିଥଲା ଉଦ୍ଧାରକାରୀ ଟିମ୍ । ଶେଷରେ ଦୀର୍ଘ ସମୟର ଲଗାତର ପ୍ରୟାସ ପରେ ତାକୁ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଦଳଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଥିଲା ରାହୁଲକୁ ଉଦ୍ଧାର କରିବା । ମିଶନମୋଡରେ ରାହୁଲଙ୍କୁ ଉଦ୍ଧାର ପାଇଁ ଅପରେସନକୁ ଜୋରଦାର କରାଯାଇଥିଲା ।

ଜାଞ୍ଜଗିରି-ଚାମ୍ପାରେ ବୋରୱେଲ ଭିତରେ ଫସିରହିଥିଲା ୧୦ ବର୍ଷୀୟ ରାହୁଲ । ଗତ ୪ ଦିନ ଧରି ସେ ସେଠାରେ ଫସିରହିଥିବା ବେଳେ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା ଦିନ ରାତିି ଉଦ୍ଧାରକାରୀ ଦଳ ସେଠାରେ ପ୍ରୟାସ ଜାରିରଖିଥିଲେ ଏବଂ ଶେଷରେ ତାଙ୍କୁ ସଫଳତା ମିଳିଛି । ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଥିଲେ । ତେବେ ଗ୍ରାନାଇଡ୍ ପଥର ଥିବାରୁ ତାକୁ କାଟି ଉଦ୍ଧାର କରିବାରେ ସମୟ ଲାଗୁଥିଲା କିନ୍ତୁ ପରେ ପଥର ଚଟାଣକୁ କଟାଯାଇଥିଲା । ରାହୁଲକୁ ସୁରକ୍ଷିତ ବାହାରକୁ ଆଣିବାରେ ପରେ ତାକୁ ମେଡିକାଲ ନିଆଯାଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୁଣି ଡେଙ୍ଗୁର କୋକୁଆ ଭୟ,ଗଭିର ନିଦରେ ବିଏମ୍ ସି ଜଣେ ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ....

Wed Jun 15 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର): ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଡମଣା ଗ୍ରାମର ହୃଦାନନ୍ଦ ବାରିକ୍‌(୬୫) । ହୃଦାନନ୍ଦଙ୍କ ପୁଅଙ୍କ କହିବା ଅନୁଯାଇ ତାଙ୍କ ବାପା ଗତ ଶନିବାର ଠାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । […]

You May Like

Pin It on Pinterest