
ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଆଇଏଏସ ଅଫିସର ପ୍ରେମଚାନ୍ଦ ଚୌଧୁରୀ କୃଷି ନିର୍ଦ୍ଦେଶକ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଆଦର୍ଶ ବିଦ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହାସହ ତିନି ମହାନଗର କମିଶନରଙ୍କୁ ମଧ୍ୟ ବଦଳି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ମହାନଗର କମିଶନର ହୋଇଛନ୍ତି ବିଜୟ ଅମୃତା କୁଲାଙ୍ଗେ । କଟକ ମହାନଗର କମିଶନର ଭାବେ ନିଖିଲ ପବନ କଲ୍ୟାଣଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ୨୦୧୮ ବ୍ୟାଚର ଆଇଏଏସ ଅଫିସର ଜେ.ସୋନାଲଙ୍କୁ ବ୍ରହ୍ମପୁର ମହାନଗର କମିଶନର ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।
ଦେବଗଡ ଜିଲ୍ଲାପାଳ ସୁଧାଂଶୁ ସାମଲଙ୍କୁ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଇଥିବା ବେଳେ,କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି. OSMCL ଏମଡି ନିଯୁକ୍ତ ହୋଇଛନ୍ତି । ସେହିପରି କେ.ସୁଦର୍ଶନ ଚକ୍ରବର୍ତ୍ତୀ ଖୋର୍ଦ୍ଧା ଜିଲ୍ଲାପାଳ ହୋଇଛନ୍ତି । ରାଜସ୍ୱ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ମଧୁସ୍ମିତା ସାହୁ । ଗାଭାଲି ପରାଗ ଦର୍ଷଦ ସୁନ୍ଦରଗଡ ଜିଲ୍ଲାପାଳ ହୋଇଛନ୍ତି । ୨୦୧୪ ବ୍ୟାଚର ସ୍ୱଧା ଦେବ ସିଂ ହେଲେ ରାୟଗଡା ଜିଲ୍ଲାପାଳ । ବରିଷ୍ଠ ଓଏଏସ ଅଫିସର ସରୋଜ କୁମାର ହୋତାଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ସେହିପରି ବର୍ତ୍ତମାନର ସିଏମସି କମିଶନର ଅନନ୍ୟା ଦାସଙ୍କୁ ସମ୍ୱଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ଗଞ୍ଜାମର ନୂଆ ଜିଲ୍ଲାପାଳ ହୋଇଛନ୍ତି ୨୦୧୬ ବ୍ୟାଚର ଆଇପିଏସ ଅଫିସର ଦିବ୍ୟଜ୍ୟୋତି ପରିଡା । ସିଦ୍ଧେଶ୍ୱର ବଲିରାମ ବୋନଦର ଭଦ୍ରକର ନୂଆ ଜିଲ୍ଲାପାଳ ହୋଇଛନ୍ତି । ବରିଷ୍ଠ ଓଏଏସ ଅଫିସର ତ୍ରିଲୋଚନ ମାଝୀ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ନିଯୁକ୍ତ ହୋଇଛନ୍ତି । ବାଲେଶ୍ୱର ନୂଆ ଜିଲ୍ଲାପାଳ ଭାବେ ଆଇଏଏସ ଅଫିସର ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କୁ ନିଯୁକ୍ତି ମିଳିଛି ।
ଦେବଗଡର ନୂଆ ଜିଲ୍ଲାପାଳ ଦାୟିତ୍ୱ ସମ୍ଭାଳିବେ ସୋମେଶ କୁମାର ଉପାଧ୍ୟାୟ । ପି.ଅନ୍ୱେଶା ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ନିଯୁକ୍ତ । ପାଟିଲ ଅଶିଷ ଇଶ୍ୱର କନ୍ଧଳମାର ନୂଆ ଜିଲ୍ଲାପାଳ । ସେହିପରି ନୂଆପଡା ଜିଲ୍ଲାପାଳ ଭାବେ ହେମାକାନ୍ତ ସାଏଙ୍କୁ ନିଯୁକ୍ତି ଦିଆଯାଇଛି ।ଏହାସହ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ୱର ମହାନଗର ଅତିରିକ୍ତ କମିଶନର ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।
IAS ସ୍ତରରେ ବଡ ଧରଣର ଅଦଳବଦଳ; ଭୁବନେଶ୍ୱର-କଟକ-ବହ୍ମପୁରରେ ନୂଆ କମିଶନର, କୃଷି ନିର୍ଦ୍ଦେଶକ ହେଲେ ପ୍ରେମଚାନ୍ଦ ଚୌଧୁରୀ