ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା …

ଭୁବନେଶ୍ୱର, ୧୯/୦୬: ମୌସୁମୀ ଅଗ୍ରସର ପାଇଁ ବାର୍ତା ଦେଉଛି ପ୍ରାକ-ମୌସୁମୀ ବର୍ଷା ।ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ ଆଜିଠାରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ୭ ରୁ ୧୧ ସେମି ଓ ଆଉ କିଛି ସ୍ଥାନରେ ୧୧ ରୁ ୨୦ ସେମି ବର୍ଷା ସମ୍ଭାବନା ରହିଛି ।

ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନୂଆପଡା, କଳାହାଣ୍ଡି, କନ୍ଧମାଳ, ନୟାଗଡ ଓ ମୟୁରଭଞ୍ଜରେ ଅତି ପ୍ରବଳ ବର୍ଷା ନେଇ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଏବଂ ପ୍ରବଳ ବର୍ଷା ନେଇ ୨୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ୩ ଦିନ ତଳେ ଓଡିଶା ଛୁଇଁଥିବା ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ରହିଛି । ମୌସୁମୀ ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅନ୍ୟ ଅଞ୍ଚଳକୁ ଛୁଇଁବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ମୋଦୀ ୪୪ ତମ ଚେସ ଅଲିମ୍ପିଆଡର ମଶାଲ ରିଲେର ଶୁଭାରମ୍ଭ କରିଛନ୍ତି, ଭାରତ ଆୟୋଜନ କରିବାର ପ୍ରଥମ ସୁଯୋଗ ପାଇଛି...

Mon Jun 20 , 2022
ଶ୍ରୀମନ୍ତ ବାସ୍ତବ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୪୪ ତମ ଚେସ ଅଲିମ୍ପିଆଡ ପାଇଁ ଐତିହାସିକ ମଶାଲ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିଥିଲେ। ଦୁନିଆର ସବୁଠୁ ବଡ ଶତରଂଜ ଅଲିମ୍ପିଆଡର ୪୪ ତମ ସଂସ୍କରଣ ଚେନ୍ନାଇ ନିକଟ ମହାବାଲିପୁରମରେ ଜୁଲାଇ ୨୮ ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଆନ୍ତର୍ଜାତୀୟ ଚେସ ସଂସ୍ଥା […]

You May Like

Pin It on Pinterest