
ନୂଆପଡା, ୨୧/୦୬: ମାଓବାଦୀଙ୍କ ବର୍ବରତା ଚରମ ସୀମାରେ ପହଂଚିଛି । ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟିଛି ।ଏଥିରେ ୩ ଜଣ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପାଟଦର୍ହା ଜଙ୍ଗଲ ଭିତରେ ହେଉଥିବା CRPF କ୍ୟାମ୍ପକୁ ବିରୋଧ କରିଆସୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଆଜି ଏପରି କାଣ୍ଡ ଘଟାଇଛନ୍ତି ।ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂହ।