2003- SARS ଭୂତାଣୁ,ମୃତ୍ୟୁ ହାର 10%,26 ଦେଶ ପ୍ରଭାବିତ
2009-Swine flu ଭୂତାଣୁ,ମୃତ୍ୟୁ ହାର 4.5%,6 କୋଟି ଲୋକ ପ୍ରଭାବିତ
2014- EBOLA,ମୃତ୍ୟୁ ହାର 25%, 12000 ମୃତ୍ୟ
2020- Corona Virus , 80 ଦିନ ରେ 3200 ମୃତ୍ୟୁ, ମୃତ୍ୟୁ ହାର 3% ରୁ କମ୍
4 ଟି ମଧ୍ୟରୁ Corona Virus COVID19 ଯୋଗୁଁ ମୃତ୍ୟୁ ହାର ସବୁଠାରୁ କମ୍,କିନ୍ତୁ ଏବେ ଏହି ରୋଗ ପାଇଁ ଜନ ମାନସ ରେ ଏତେ ଭୟ କଣ ପାଇଁ ?
କାରଣ ଆଜି ର Media ଓ Social Media ରେ ଏହାର ମାତ୍ରାଧିକ ଚର୍ଚ୍ଚା ଓ ଗୁଜବ ପ୍ରତି ଅନ୍ଧ ବିଶ୍ଵାସ ।
2003- SARS ସଂକ୍ରମଣ ସମୟ ରେ Facebook, Whatsapp ନଥିଲା
2009- Swine ଫ୍ଲୁ ସମୟ ରେ ପୁରା ବିଶ୍ଵ ରେ FB ରେ ମାତ୍ର 15 କୋଟି ଲୋକ
2014- Ebola ସମୟରେ Whatsapp ର 45 କୋଟି User
2020- ଏବେ CORONA ସମୟରେ Facebook User ସଂଖ୍ୟା 170 କୋଟି ରୁ ଉର୍ଦ୍ଧ୍ବ, Whatsapp User 200 କୋଟି ରୁ ଉର୍ଦ୍ଧ୍ବ
କୌଣସି ବି ଖବର ,ମିଥ୍ୟା ଖବର, ଗୁଜବ,ଅପପ୍ରଚାର ଆଖି ପିଛୁଳାକେ 300 କୋଟି ଲୋକଙ୍କ ପାଖରେ ପହଁଚିବା ସହିତ ଲୋକ ଙ୍କ ମନ ରେ ଭୟ ଓ ଭ୍ରମ ମଧ୍ୟ ସୃଷ୍ଟି କରୁଛି। 90% ରୁ ଅଧିକ ଲୋକ କୌଣସି Fact Check ନ କରି ଏହାକୁ Share, Copy Paste, forward କରିବାରେ ଵ୍ୟସ୍ତ ।
କାଲି ର ତୁଳସୀ ପତ୍ର ଓ ମହାପ୍ରଭୁଙ୍କ ସ୍ୱପ୍ନାଦେଶ ର ଗୁଜବ ଏହାର ଜ୍ୱଳନ୍ତ ଉଦାହରଣ ।
ସେ Corona Virus ବିଷୟ ରେ ହେଉ, କିମ୍ବା ସାମ୍ପ୍ରଦୟିକ ଦଙ୍ଗା ଭଳି ପରିସ୍ଥିତି ରେ ହେଉ, ସୋସିଆଲ ମିଡ଼ିଆ ରେ ଅତ୍ୟଧିକ ବ୍ୟବହାର ଆମ ମାନବ ଜାତି ର ପରୋକ୍ଷ ରେ ବହୁତ କ୍ଷତି କରୁଛି।
CORONA virus ରେ 1 ଲକ୍ଷ ଲୋକ ସଂକ୍ରମଣ ର ଶିକାର ହେଇଛନ୍ତି ସତ କିନ୍ତୁ ବର୍ତ୍ତମାନ 60000 ରୁ ଅଧିକ ଲୋକ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇ ସାରିଲେଣି, ମୃତ୍ୟୁ ହାର 3 ପ୍ରତିଶତ ରୁ କମ୍ । ଏହା ଦୂରାରୋଗ୍ୟ ମଧ୍ୟ ନୁହେଁ।
ଯଦି ସଚେତନ ରହିବେ ଏବଂ ଲୋକ ଙ୍କୁ ସଚେତନ କରାଇବେ ତେବେ ଏହି ସମୟ ମଧ୍ୟ ବିତିଯିବ।
ଏବେ ସମୟ ଅପପ୍ରଚାର ର ନୁହେଁ, ସଚେତନ କରେଇବାର ।



