ବରଗଡ଼ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଙ୍କୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ଦାବୀ ପତ୍ର….

ନବୀନ ଦାଶ(ବରଗଡ଼):ଓଡ଼ିଶାର ଭାତହାଣ୍ଡି ଭାବେ ବେଶ୍ ପରିଚିତ ଥିବା ବରଗଡ଼ ଜିଲ୍ଲାରେ ଉନ୍ନତ ମାନର ଧାନ ଚାଷ ହେଉଥିବାରୁ ଯଥେଷ୍ଟ ପରିମାଣ ରେ ସାର ର ଆବଶ୍ୟକତା ରହିଛି | ବିଗତ ରବି ଋତୁରେ ଆବଶ୍ୟକ ମୁତାବକ ସାର ସରକାରୀ ମୂଲ୍ୟରେ ନ ପାଇ ଚଢ଼ା ଦରରେ ସାର କିଣି ଭିଟାମିନ ବାଧ୍ୟତା ହେବା ସହ ଚାଷୀ ଶୋଷଣ ର ଶିକାର ହୋଇଥିବା ବେଳେ, ଚାଷ କାର୍ଯ୍ୟ ରେ ବାଧା ପ୍ରାପ୍ତ ହେବା ଓ ଫସଲ ଉତ୍ପାଦନ ରେ ମଧ୍ୟ ପ୍ରଭାବ ଦେଖି ବାକୁ ମିଳିଥିଲା |

ଏଣୁ ଚଳିତ ଖରିଫ ଋତୁ ପାଇଁ ଚାଷୀ ଙ୍କୁ ଉପଯୁକ୍ତ ପରିମାଣ ରେ ସାର ଯୋଗାଇବା ସହ ଅନେକ ଗୁଡ଼ିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ସଭାପତି ଶଢାନନ ଭୋଇ ଙ୍କ ସଭାପତିତ୍ବ ରେ ଚାଷୀ ମାନଙ୍କ ସମସ୍ୟା ଉପରେ ଆଲୋଚନା କରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି |

ଜିଲ୍ଲା ରୁ ବ୍ଲକ ପର୍ଯ୍ୟନ୍ତ ପ୍ରତ୍ୟେକ ଲାଇସେନ୍ସ ପ୍ରାପ୍ତ ସାର ଦୋକାନ ରେ ସବୁ ପ୍ରକାର ସାର ର ଦର ତାଲିକା ଓ ସାର ଷ୍ଟକ୍ ର ପରିମାଣ ଉଲ୍ଲେଖ କରିବା ଓ ସାର ର ସରକାରୀ ମୂଲ୍ୟ ଠାରୁ ଅଧିକ ନେଉଥିବା ବିକ୍ରେତା ଙ୍କୁ ତାଗିଦ୍ କରିବା ସହ ସେ ମାନଙ୍କ ଲାଇସେନ୍ସ ରଦ୍ଦ କରି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଭଳି ଚାଷୀ ସମସ୍ୟା ର ସମାଧାନ କରିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଦାବୀ ଜଣାଇଛନ୍ତି |

ନଚେତ ଚଳିତ ଖରିଫ ଋତୁ ରେ ଯଦି ସାର ର କୌଣସି ପ୍ରକାର ଅସୁବିଧା,କି ଅପ୍ରୀତିକର ପରିବେଶ ଘଟେ ତେବେ କୌଣସି ମୁହୂର୍ତ୍ତ ରେ ମଧ୍ୟ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଆନ୍ଦୋଳନ ମୁହାଁ ହେବ ବୋଲି ସଂଗଠନ ର ସଂପାଦକ ଚେତାବନୀ ଦେଇଛନ୍ତି | ଏଥିରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ବ୍ଲକ ସଭାପତି ହାରାଦନ ପ୍ରଧାନ,ମହାଦେବ ମହାପାତ୍ର, ବସନ୍ତ ବାରିକ୍ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଦୌପ୍ରଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିପାରେ ଜେଏମଏମ, ଶିବୁ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯିବ ନିଷ୍ପତ୍ତି ....

Sat Jun 25 , 2022
ଏସ ବାସ୍ତବ:ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ,ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପ୍ରଦୀ ମୁର୍ମୁଙ୍କ ବିଷୟରେ ଝାଡ଼ଖଣ୍ଡ ରାଜନୀତିରେ ଆନ୍ଦୋଳନ ତୀବ୍ର ହୋଇଛି। ବିଜେପି ଉତ୍ସବ ପାଳନ କରୁଥିବାବେଳେ ଜେଏମଏମ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପ୍ରସଙ୍ଗରେ ନୀରବତା ଭାଙ୍ଗିବାକୁ ନିବେଦନ କରୁଛି। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ନୀରବତାକୁ ଭାଙ୍ଗିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାଶ ଜେଏମଏମଙ୍କୁ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଜେଏମଏମ୍ର କିଛି ବିଧାୟକ ଦୌପ୍ରଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପାଇଁ ଗର୍ବିତ ଅନୁଭବ […]

You May Like

Pin It on Pinterest