
ପ୍ରଶାନ୍ତ ଦାସ(ବାଲେଶ୍ୱର):ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ଓ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ୧୦୦୦ ଟଙ୍କା ଫାଇନ କାଟିଲା ବାଲେଶ୍ୱର ଟ୍ରାଫିକ ପୋଲିସ ।ବିନା ହେଲମେଟରେ,ମନ୍ତ୍ରୀ ଓ ବିଧାୟକ ବାଲେଶ୍ୱରରେ ଏକ ବାଇକରେ ଯାଉଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ଟ୍ରାଫିକ ନିୟମ ଭଙ୍ଗ କରିଥିବା ଜଣାଯାଇଛି। ଏଥିଲାଗି ଟ୍ରାଫିକ ପୁଲିସ ୧୦୦୦ ଟଙ୍କା ଗାଡ଼ିମାଲିକଙ୍କଠାରୁଜରିମାନା ଆଦାୟ କରିଛି।
ଖବର ଅନୁଯାଇ,ବାଲେଶ୍ୱର ସହରର ହେମକାପଦା ଛକରେ ହେଲମେଟ ଯାଞ୍ଚ ହେଉଥିବା ବେଳେ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ବିନା ହେଲମେଟରେ ଯାଉଥିବାର ଦେଖି ଟ୍ରାଫିକ୍ ପୁଲିସ ଉଭୟଙ୍କୁ ଧରିଥିଲେ। ସଦର ବିଧାୟକ ସ୍ୱରୂପ କୁମାର ଦାସ ବାଇକ୍ ଚଳାଉଥିଲେ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ତାଙ୍କ ପଛପଟେ ବସିଥିଲେ। ବାଇକ ମାଲିକ ପଙ୍କଜ ଅଗ୍ରୱାଲଙ୍କ ନାଁରେ ପୁଲିସ ୧୦୦୦ ଟଙ୍କା ଚାଲାଣ କାଟିଥଲେ। ବିଧାୟକ ସ୍ୱରୂପ କୁମାର ଦାସ ଏହି ଜରିମାନା ଟଙ୍କା ପୈଠ କରିଥିଲେ ।



