ଦ୍ରୌପଦୀ ମୁର୍ମୁଙ୍କ ପାଇଁ ତାଙ୍କ ବାପ ଘର ଗାଁ ଲୋକେ ପାଇଲେ ବିଦ୍ୟୁତ ଆଲୋକ ଭାଙ୍ଗିଲା ବିଦ୍ୟୁତ୍ ବିଭାଗର କୁମ୍ଭକର୍ଣ ନିଦ…

ରାଇରଙ୍ଗପୁର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ତାଙ୍କ ବାପ ଘର ଗାଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ତ କୁସୁମୀ ବ୍ଲକ୍ ଉପରବେଡ଼ା ପାଇଲେ ବିଜୁଳି ଆଲୁଅ । କହିବାର ତାତ୍ପର୍ଯ୍ୟ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗ୍ରାମରେ ବିଦ୍ୟୁତ୍ ନଥିବା ଖବର ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା ।ଏହା ପରେ ନିଦ ଭାଙ୍ଗିଥିଲା ବିଦ୍ୟୁତ୍ ବିଭାଗର,ବିଦୂତ ବେଗରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ସେହି ଗ୍ରାମରେ ବିଦ୍ୟୁତ କାରଣ କରିବା ପାଇଁ ତତ୍ପରତା ପ୍ରକାଶ ପାଇଥିଲା।

ସୂଚନା ଅନୁଯାଇ, ଉପରବେଡ଼ା ଡୁଙ୍ଗୁରିସାହିରେ ଦ୍ରୌପଦୀଙ୍କ ଘରଠାରୁ ୧ କିମି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇ ନଥିବା ଜାଣିବାକୁ ପାଇଥିଲା ବିଦ୍ୟୁତ ବିଭାଗ। ଏହି ସାହିରେ ୩ ବର୍ଷ ପୂର୍ବରୁ କିଛି ଭୂମିହୀନଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରାଯାଇଥିଲା। ସେଥି ମଧ୍ୟରୁ ୭/୮ଟି ପରିବାର ସେଠାରେ ଘର କରି ବସବାସ କରୁଛନ୍ତି। ହେଲେ ସେହି ସାହିକୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନଥିଲା ।

ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ବିଦ୍ୟୁତ୍ ବିଭାଗର କୁମ୍ଭକର୍ଣ ନିଦ ହଠାତ ଭାଙ୍ଗିଛି । ଶନିବାର ଦିନ ତତ୍‌କ୍ଷଣାତ ନୂତନ ଟ୍ରାନ୍ସଫରମର୍ ଓ ଖୁଣ୍ଟ ବସାଯାଇ ସେଠାରେ ବସବାସ କରୁଥିବା କିଛି ପରିବାରଙ୍କୁ ତତ୍କାଳ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି। ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ବିଦ୍ୟୁତ୍ ଖୁଣ୍ଟ ପୋତା ଚାଲିଥିବାର ଖବର ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗେସରେ ଝଡ଼...

Sun Jun 26 , 2022
ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀଙ୍କୁ ନିର୍ଦ୍ବନ୍ଦରେ ନିର୍ବାଚିତ କରିବା ପାଇଁ ନିଷ୍ପତ୍ତି ନିଅନ୍ତୁ -ସୁରେଶରାଉତରା ସୁର ରାଉତରାୟଙ୍କ ବ୍ୟକ୍ତିଗତ ମତ। ବିଜେପି ପ୍ରାର୍ଥୀଙ୍କୁ ଆମେ କାହିଁକି ସମର୍ଥନ କରିବୁ ?- ଶରତ ପଟ୍ଟନାୟକ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ ଦଳ ସମର୍ଥନ କରିବ ନାହିଁ -ନରସିଂହ ମିଶ୍ର ପ୍ରମୋଦ ନାୟକ(ଭୁବନେଶ୍ବରu) :ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ନେଇ କଂଗେସରେ ଝଡ଼ ।ଗୋଟିଏ ପଟେ ପାର୍ଟି ଅନ୍ୟପଟେ ମାଟିର ଲଢେଇ । […]

You May Like

Pin It on Pinterest