
ନନ୍ଦିନୀ ପ୍ରଧାନ(ସମ୍ବଲପୁର),୨୮/୦୬: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ରାମଗୋପାଳ ବର୍ମା,ଏନଡିଏର ରାଷ୍ଟ୍ରପତି ପ୍ରାର୍ଥ ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ,ଦେଶର ବିଭିନ୍ନ ରାଜ୍ୟରେ ଏତଲା ଦାୟର ହେଉଥିବା ବେଳେ, ଆଜି ସମ୍ବଲପୁର ଟାଉନ ଥାନାରେ ଏତଲା । ତାଙ୍କ ନାମରେ ସମ୍ବଲପୁର ଜିଲ୍ଲା ବିଜେପି ଏତଲା ଦାଏର କରିଛି । ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ନେତୃତ୍ବରେ ଏକ ଟିମ୍ ଟାଉନ ଥାନା ଗସ୍ତ କରି ଲିଖିତ ଅଭିଯୋଗ ଆଣିଛନ୍ତି ।
ସମ୍ବଲପୁର ବିଜେପି ପକ୍ଷରୁ ଟାଉନ ଥାନାରେ ଦିଆଯାଇଥିବା ଏତଲାରେ, ରାମଗୋପାଳ ବର୍ମାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛି ବିଜେପି । ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଶ୍ବିନୀ ମାଝି, ବରିଷ୍ଠ ବିଜେପି ନେତା ଫଣିଭୂଷଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।



