
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଆରଡ଼ି ପଂଚାୟତ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ମଇଁଷି ଭିଡିନେଲା କୁମ୍ଭୀର ।
ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରେ କେତେକ ମଇଁଶି ଚରୁଥିବା ବେଳେ ଗୋଟିଏ ମଇଁଶି ନଦୀରୁ ପାଣି ପିଉଥିବା ବେଳେ ନଦୀରେ ଥିବା ୧୪\୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା।ଦେବକାନ୍ତ ମହାନ୍ତି(ଚାନ୍ଦବାଲି) :ଆରଡ଼ି ପଂଚାୟତ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରୁ ମଇଁଷି ଭିଡିନେଲା କୁମ୍ଭୀର ।
ଆରଡି ନିକଟସ୍ଥ ମୁଆଁ ଗାଁ ନିକଟରେ ବୈତରଣୀ ନଦୀପଠାରେ କେତେକ ମଇଁଶି ଚରୁଥିବା ବେଳେ ଗୋଟିଏ ମଇଁଶି ନଦୀରୁ ପାଣି ପିଉଥିବା ବେଳେ ନଦୀରେ ଥିବା ୧୪\୧୫ଫୁଟ ଲମ୍ବର ହିଂସ୍ର କୁମ୍ଭୀର ଝାମ୍ଫି ନେଇଥିଲା।ଫଳରେ ଅନ୍ଯ ମଇଁଶି ଭୟରେ ଦୌଡିବାକୁ ଲାଗିଥିଲେ। ଘଟଣା ସ୍ଥଳରେ ମଇଁଶି ପାଳକ ମନେ ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀରକୁ ଗୋଡ଼ା ଗୋଡି କରିବା ପରେ କୁମ୍ଭୀର ଭୟଭିତ ହୋଇ ଗଭୀର ନଦୀ ମଧ୍ୟକୁ ଚାଲି ଯାଇଥିଲା l ପରେ ଉପସ୍ଥିତ ଥିବା ମଇଁଶି ପାଳକ ମନେ କ୍ଷତବିକ୍ଷତ ଅବସ୍ଥାରେ ମଇଁଶିକୁ ଉଦ୍ଧାର କରିଥିଲେ।



