ଆଜିର ଖାସ୍ ଖବର

୧-ବର୍ଷା ପାଇଁ ଫିକା ପଡ଼ିବ ହୋଲି! ବର୍ଷା ସହ ପବନ ବହିବା ସମ୍ଭାବନା।

୨-ଗୋପରେ ଗୋଟା କୁକୁଡା ହୋଇଗଲା ମାତ୍ର ୧୦ ଟଙ୍କା, ଚିକେନ ପ୍ରେମୀଙ୍କ ପାଇଁ ହୋଲି ପୁରା ରଙ୍ଗିଲା।

୩-ପୁଣି ଟଙ୍କା ଲୁଟି ନେଲା ମ୍ୟାଜିକ୍ ପେନ୍ । ତିନି ଦିନରେ ଆସିଲାଣି ୩ଟି ଭିନ୍ନ ଭିନ୍ନ ଲୁଟର କାହାଣୀ । ଚାଲିଛି ତଦନ୍ତ, ହେଲେ ଧରାପଡୁନି ଲୁଟେରା।

୪-ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଆଜି ୨ଟା ଯାଏଁ ବନ୍ଦ ରହିବ ମୋ ବସ ସେବା।

୫-ଆଜି ରଙ୍ଗର ପର୍ବ ହୋଲି: କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା, ସାବାଡ଼ ହେବେ ମଦୁଆ।

୬-କରୋନା ଅପଡେଟ: ଭାରତରେ ୪୩ ସଂକ୍ରମିତ, ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।

୭-ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥାର ପଡିଲା ପ୍ରଭାବ । ପ୍ରାୟ ୨୭ ପ୍ରତିଶତ କମିଲା ଅଶୋଧିତ ତୈଳର ଦର ।

୮-ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାଂଲାଦେଶ ଗସ୍ତ ରଦ୍ଦ, ପଡୋଶୀ ଦେଶରେ ୩ ଜଣ କରୋନା ରୋଗୀ।

୯-ୟେସ୍‍ ବ୍ୟାଙ୍କ ଦୁର୍ନୀତି ମାମଲା – ୭ଟି ସ୍ଥାନରେ ଚଢ଼ାଉ କଲା ସିବିଆଇ।

୧୦-ଉପଯୁକ୍ତ ଚିତ୍କିସା ଅଭାବରୁ, ଯାଜପୁର ଅଞ୍ଚଳରେ ଆତଙ୍କ ଖେଳାଇ 4 ଜଣ ଲୋକଙ୍କ ଜୀବନ ନେଇଥିବା ନରହନ୍ତା ଦନ୍ତା ନରସିଂହାର ମୃତ୍ୟୁ।

୧୧-ଆହାର କେନ୍ଦ୍ରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଚାନକ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କଲେ, ଲୋକଙ୍କ ସହ ଏକାଠି ବସି ଖାଇଲେ ।

୧୨-ହୋଲିରେ ହେଉଥିବା ଦୁର୍ଘଟଣା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ କ୍ୟାପିଟାଲ ହସ୍ପିଟାଲ, ଜରୁରୀକାଳୀନ ସେବା ପାଇଁ ଅଧିକ ଡାକ୍ତର ନିଯୁକ୍ତ ସହ ସ୍ୱତନ୍ତ୍ର ଓ୍ଵାର୍ଡର ବ୍ୟବସ୍ଥା।

୧୩-ବିଜେଡିକୁ ବାଟ ଛାଡିଦେଲା ବିଜେପି । ରାଜ୍ୟସଭା ନିର୍ବାଚନ ପାଇଁ ଦେବନାହିଁ ପ୍ରାର୍ଥୀ, ଦଳ କହିଲା ସଂଖ୍ୟା ନଥିବାରୁ ହାରିବାର ସମ୍ଭାବନା ଅଧିକ ।

୧୪-ସ୍ଥିତି ଓ ଭବିଷ୍ୟତ ନେଇ ଆଶଙ୍କା: ଦୁଗ୍ଧ ଉତ୍ପାଦନ ହ୍ରାସର ପ୍ରଭାବରେ ଓମ୍‌ଫେଡ୍‌ କ୍ଷୀର ଦର ୩ଟଙ୍କା ବୃଦ୍ଧି, ଖାଉଟି ହନ୍ତସନ୍ତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇସ୍ତଫା ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

Tue Mar 10 , 2020
ବାସ୍ତବ ବ୍ୟୁରୋ-ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ଭାଜପା ଟିକଟରୁ ସେ ରାଜ୍ୟ ସଭାକୁ ଯିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି କିଛି ସମୟ ଆଗରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଛନ୍ତି। ସେ ଆଜି କଂଗ୍ରେସ ଛାଡ଼ି […]

You May Like

Pin It on Pinterest