
ବରଗଡ଼ (ନବୀନ ଦାଶ): ୫/୭-ମୁମ୍ବାଇ-କଲିକତା ୬ନଂ ଜାତୀୟ ରାଜପଥ କୁ ଲୋକଙ୍କ ଗମନାଗମନ ପାଇଁ ସମ୍ପ୍ର ସାରଣ କରିବାକୁ ଯାଇ କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ଖର୍ଚ୍ଚ କରି ସରକାର ବାହାଦୁର ଲୁହୂରାଚଟି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଅଶୋକା ବିଲ୍ଡକାନ ନାମକ ଏକ ଠିକା ସଂସ୍ଥା କୁ କାର୍ଯ୍ୟ ଦେଇ ୫୩ନଂ ଜାତୀୟ ରାଜପଥ ରେ ପରିଣତ କରିଛନ୍ତି।ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ଭାବରେ ପାଖାପାଖି ଦୀର୍ଘ ୮ବର୍ଷ ରୁ ଉର୍ଦ୍ଧ୍ବ ହେବ ରାଜରାସ୍ତାକୁ ଝୁଲାଇ ରଖି ଚଢ଼ା ଦର ରେ ଗେଟ୍ ରେ ଟୋଲ ଟିକସ ଆଦାୟ କରିବା ସହ ପଞ୍ଚାୟତ ରାସ୍ତା ରୁ ମଧ୍ୟ ଟୋଲ ଅସୂଲି କରୁଥିବା ବେଶ୍ ନଜିର ରହିଛି।
ଯାହା ଏବେ ରାଜରାସ୍ତାଟି ବରଗଡ଼ ରୁ ସମ୍ବଲପୁର ପର୍ଯ୍ୟନ୍ତ ମରଣ ଯନ୍ତା ଭାବରେ ପରିତ୍ୟକ୍ତ ଭାବରେ ପଡ଼ିରହି ହୋଇ ନିଇତି ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣା ବୃଦ୍ଧି ପାଇ ଅଞ୍ଚଳ ବାସୀ ଙ୍କ ପାଇଁ ଅଭିଶାପ ପାଲଟିଛି।ଯାହାର ଜ୍ୱଳନ୍ତ ଉଦାହରଣ ସ୍ଵରୁପ ଏହି ରାଜରାସ୍ତା କଡ ରେ ଥିବା ଗୋଡଭଗା ହାଇସ୍କୁଲ ସାମ୍ନା ସ୍ଥିତ ଡାଇଭର୍ଶନ ପାଖରେ ଏକ ଅଜଣା ଟ୍ରକ୍ ବରଗଡ଼ ରୁ ବୁର୍ଲା ବଡ଼ ମେଡ଼ିକାଲ କୁ ଏକ ନୀଳ ରଙ୍ଗର ଏଚ ଏଫ୍ ଡିଲସ୍କ ଗାଡ଼ି ନଂ ଓଡି ୩୧ ଏଚ ୭୮୩୧ ଯୋଗେ ନିଜ ସମ୍ପର୍କୀୟ ଙ୍କୁ ଦେଖିବା ପାଇଁ ଯିବା ବାଟରେ ବାଇକ୍ କୁ ଧକ୍କା ଦେଇ ଟ୍ରକ୍ ଚମ୍ପଟ ମାରିଛି ।

ଘଟଣା ସ୍ଥଳରେ ବାଇକ୍ ଆରୋହୀ ସୁରେନ୍ଦ୍ର ବରିହା(୪୦) ଛିଟିକି ପଡ଼ି ଗୁରୁତର ହୋଇପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ଲଳିତା ବରିହା(୩୭)ଓ ସମ୍ପର୍କୀୟ ଖୁଡି ମିଥିଳା ଥପା(୫୦) ଟ୍ରକ୍ ଚାପାରେ ଆସି ପ୍ରାଣ ହରାଇ ଥିଲେ।ଏ ନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଗୁରୁତର ବାଇକ୍ ଚାଳକ କୁ ଚିକିତ୍ସା ଓ ମୂତ ଦୁଇ ମହିଳାଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନେ ଭେଡେନ ଥାନା ଅନ୍ତର୍ଗତ ଖପ୍ ସି ପାଲି ର ବୋଲି ଗୋଶାଳା ପୋଲିସ ସୂତ୍ରରୁ ଖବର ମିଳିଛି।