ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ପ୍ରଶଂସନୀୟ ପଦକ୍ଷେପ,ବିବାହ ପୂର୍ବରୁ ଉଦ୍ଧାର ହେଲେ ୨ ଜଣ ନାବାଳିକା ଓ ଜଣେ ୨୧ ବର୍ଷରୁ କମ ବୟସର ପୁଅ…

ନମୋଗୁରୁ ହୋତା(ସୁବର୍ଣପୁର):ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ନିର୍ଦେଶ କ୍ରମେ ଜିଲ୍ଲାରେ ବାଲ୍ୟ ବିବାହ ଙ୍କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପରିପ୍ରେକ୍ଷୀରେ ଜିଲ୍ଲାପ୍ରଶାସନ ତରଫରୁ ବହୁ ବିଧ ପଦକ୍ଷେପ ନିଆଯାଉଛି l ଏହି ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଓ ସର୍ଗୁଣl ଗ୍ରାମର ୧୮ ବର୍ଷରୁ କମ ବୟସ ର ୨ ଜଣ ଝିଅ ଏବଂ ଜଣେ ୨୧ ବର୍ଷରୁ କମ ବୟସର ପୁଅ ଙ୍କ ବିବାହ ହେବାକୁ ଥିବା ବେଳେ ଏହାକୁ ଜିଲ୍ଲାପ୍ରଶାସନ ହସ୍ତକ୍ଷେପରେ ବନ୍ଦ କରାଯାଇଛି ।

ବିଶ୍ୱସ୍ତ ସୂତ୍ରରୁ ଖବର ଚାଇଲଡ ହେଲ୍ପ ଲାଇନ, ଆଶିଷ କୁମାର ମେହେର, ସେକ୍ଟର ସୁପରଭାଇଜର ସୀତା ମେହେର ପ୍ରମୁଖ ନାବାଳିକା ଙ୍କ ଘରକୁ ଯାଇ କିଶୋରୀ ବାଳିକା ମାନଙ୍କୁ ୧୮ ବର୍ଷ ଓ କିଶୋର ବାଳକ ର ବୟସ ୨୧ ବର୍ଷ ପୂରଣ ନ ହେବା ପର୍ଯ୍ୟନ୍ତ ବିବାହ କରାଇଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ପରିବାର ବର୍ଗ ଙ୍କୁ ପରାମର୍ଶ ଦେଇଥିଲେ l

ବାହା ଘର ବନ୍ଦ କରିବା ସଂଗେ ସଂଗେ ୨ ଜଣ ଝିଅ ଓ ଜଣେ ପୁଅ ଙ୍କୁ ଉଦ୍ଧାର କରି ଜିଲ୍ଳା ଶିଶୁ ମଙ୍ଗଳ କମିଟି ରେ ଦାଖଲ କରିଥିଲେ l ବର୍ତ୍ତମାନ ଉଦ୍ଧାର ହୋଇଥିବା ଗୋଟିଏ ଝିଅ କୁ ସୋନପୁର ସ୍ଵଧାର ରେ ଏବଂ ଅନ୍ୟ ଏକ ଝିଅ କୁ ଜିଲ୍ଳା ଶିଶୁ ଗୃହ ରେ ଥଇଥାନ କରାଯାଇଛି l ଝିଅ ଦ୍ବୟ ଙ୍କୁ ଆଗକୁ ପଢ଼ିବାର ପରାମର୍ଶ ସହ ବୈଷୟିକ ତାଲିମ ଦେବା ନିମନ୍ତେ ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ଏକ୍ସନ ଏଡ଼ ରାକେଶ ପ୍ରଧାନ ବୁଝାଇଥିଲେ l

ଝିଅ ଦ୍ବୟ ୧୮ ବର୍ଷ ପୂରଣ ହେଲେ ହିଁ ବିବାହ କରିବେ ବୋଲି ସହମତି ପ୍ରଦାନ କଲେ ଏବଂ ବୈଷୟିକ ଶିକ୍ଷା ଗ୍ରହଣ କରିବେ ବୋଲି ଝିଅ ଦ୍ବୟ ଙ୍କ ପିତା ମାତା ମଧ୍ୟ ସହମତି ହେବା ସହ ଝିଅ ମାନଙ୍କ ୧୮ ବର୍ଷ ପୂରଣ ହେଲl ପରେ ହିଁ ବିବାହ କରାଇବେ ବୋଲି ସହମତି ପ୍ରଦାନ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା

Fri Jul 8 , 2022
ଶୁକ୍ରବାର ସନ୍ଧ୍ୟାରେ ୫ଟା ୩୦ରେ ଜମ୍ମୁ- କଶ୍ମୀର ପବିତ୍ର ଅମରନାଥର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ତୀର୍ଥଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି।   ବାଦଲଫଟା ବର୍ଷା ଯୋଗୁ ଗୁମ୍ପା ନିକଟରେ ମୂଷଳ ଧାରାରେ ଜଳ ପ୍ରବାହିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ଫସିଯାଇଥିଲେ। କିଛି […]

You May Like

Pin It on Pinterest