ଆଜିର ଖାସ୍ ଖବର

୧-କରୋନା ଅପଡେଟ : ୧୦୫ ଦେଶକୁ ବ୍ୟାପିଲା ସଂକ୍ରମଣ, ମୃତ୍ୟୁ ସଂଖ୍ୟା ୩୮୧୭। ଇତିହାସର ପ୍ରଥମ ବିଶ୍ୱବ୍ୟାପୀ ମହାମାରୀ।

୨-ବାଲେଶ୍ବର:ଇମାମି ପେପର ମିଲରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା କୋଟି କୋଟି ଟଙ୍କାର ସଂପତ୍ତି।

୩-କଟକ:ଓଡ଼ିଶାରେ କରୋନା; ଅବଜରଭେସନରେ ଅଛନ୍ତି ୧୩୩ ସନ୍ଦିଗ୍ଧ।

୪-ଖାନନଗରକୁ ଉଠିଯିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ।ବିଶ୍ୱନାଥ ପାଠାଗାର ନିକଟ ୩୦ ଏକର ଜମିକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ।

୫-ଭଦ୍ରକ: ନରସିଂହପୁରରେ ମାତାଲିଙ୍କୁ ସାବାଡ କଲେ ମହିଳା, ଆଡ୍ଡା ଉପରେ ଚଢଉ କରି ଭାଙ୍ଗିଲେ ମଦ ବୋତଲ।

୬-ଆଜି ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ହେବ।

୭-କଂଗ୍ରେସ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ – ସୂତାଖିଅରେ ମଧ୍ୟପ୍ରଦେଶ କଂଗ୍ରେସ ସରକାର।ଦଳ ବିରୋଧୀ କାର୍ଯ୍ୟ ପାଇଁ ସିନ୍ଧିଆଙ୍କୁ ଦଳରୁ ବହିଷ୍କାର କଲା କଂଗ୍ରେସ।

୮-ରାୟଗଡ଼ା, କୋରାପୁଟ, ଗଜପତି, କଳାହାଣ୍ଡି , କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା।

୯-କଳାହାଣ୍ଡି:ଚାଷୀଙ୍କ ପାଇଁ କାଳ ହେଲା ଅଦିନିଆ ବର୍ଷା । ଉଜାଡି ଦେଲା ମୁଗ ଚାଷ, ଅମଳ ବେଳେ ଡାଳୁଅ ଧାନକୁ ଭିଜେଇ ଦେଲା ବର୍ଷା ।

୧୦-ଅଲ୍‍ ଇଂଲଣ୍ଡ ବ୍ୟାଡ୍‍ମିଣ୍ଟନ୍‍ ଚାମ୍ପିୟନ୍‍ସିପ : ଭାରତୀୟ ଦଳର ନେତୃତ୍ୱ ନେବେ ପି.ଭି. ସିନ୍ଧୁ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Thu Mar 12 , 2020
୧-ବିଧାନସଭାରେ ବାୟୋମେଟ୍ରିକ ମନା । କରୋନାର ମୁକାବିଲା କରିବାକୁ କର୍ମଚାରୀଙ୍କ ପାଇଁ ଜାରି ହେଲା ଆଡଭାଇଜରି । ୨-ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ।ମ୍ୟାଚ୍ ଅପରାହ୍ଣ ୧.୩୦ରେ। ୩-ଏବେ ସୁଦ୍ଧା କନ୍ଧମାଳର ୭୦ ପ୍ରତିଶତ ଗାଁକୁ ଟେଲି ଯୋଗାଯୋଗ ବ୍ୟବସ୍ଥା ନାହିଁ, ଲୋକସଭାରେ ପ୍ରସଙ୍ଗ ଉଠାଇଲେ ସାଂସଦ ଡ.ଅଚ୍ୟୁତ ସାମନ୍ତ। ୪-ଅନିଲ ଅମ୍ବାନୀଙ୍କ କମ୍ପାନୀ ଓ ସୁଭାଷ ଚନ୍ଦ୍ରାଙ୍କ ଉପରେ ୟେସ୍ ବ୍ୟାଙ୍କର ରହିଛି ୨୧ ହଜାର ଟଙ୍କାର […]

You May Like

Pin It on Pinterest