ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା

ଶୁକ୍ରବାର ସନ୍ଧ୍ୟାରେ ୫ଟା ୩୦ରେ ଜମ୍ମୁ- କଶ୍ମୀର ପବିତ୍ର ଅମରନାଥର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ତୀର୍ଥଯାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା ଲାଗିପଡ଼ିଛି।  

ବାଦଲଫଟା ବର୍ଷା ଯୋଗୁ ଗୁମ୍ପା ନିକଟରେ ମୂଷଳ ଧାରାରେ ଜଳ ପ୍ରବାହିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ଫସିଯାଇଥିଲେ। କିଛି ସମୟ ପାଇଁ ହୋଇଥିବା ଏହି ଜଳ ପ୍ରଳୟରେ କେତେକ ଟେଣ୍ଟ ହାଉସ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରତ୍ୟେକ ଟେଣ୍ଟରେ ଅତି କମ୍‌ରେ ୪-୬ ଲୋକେ ରହୁଥିଲେ। ଏନ୍‌ଡିଆର୍‌ଏଫ୍‌ର କର୍ମଚାରୀଙ୍କ ସୂଚନା ଅନୁସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ୍ ଅଛନ୍ତି। ଆହତମାନଙ୍କୁ ଏୟାର୍‌ଲିଫ୍ଟ କରି ଡାକ୍ତରଖାନା ନିଆଯାଉଛି। ବର୍ତ୍ତମାନ ଖରାପ ସ୍ଥିତିକୁ ଦେଖି ଅମରନାଥ ଯାତ୍ରାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ପୋଲିସ ହାବୁଡରେ ଡକାୟତ ଗ୍ୟାଙ୍ଗ....

Fri Jul 8 , 2022
ବରଗଡ଼୮/୭(ବାସ୍ତବ ଟିଭି,ନବୀନ ଦାଶ):ଗତ ବିଳମ୍ବିତ ରାତିରେ ବରଗଡ଼ ଜିଲ୍ଲା ଅତାବିରା ପୋଲିସ ପାଟ୍ରୋଲିଙ୍ଗ ସମୟ ରେ କୌଣସି ସୂତ୍ର ରୁ ଖବର ପାଇ ତିନି ଜଣ ଡକାୟତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂତ୍ରରୁ ଜଣା ପଡ଼ିଛି ଯେ ଏହି ଡକାୟତ ମାନେ ସରଣ୍ଡା ଓ ଚକୁଳି ମଝିରେ ୫୩ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ଏକ ଖାଲି ସ୍କୁଟି ଛିଡ଼ା ହୋଇ ଥିବା ଦେଖି […]

You May Like

Pin It on Pinterest