ପୁଣି ଡରେଇଲା କରୋନା ଏହି ୩ ଟି ସହରରେ ମାସ୍କ ବାଧ୍ୟତାମୂଳକ,ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା…

ଭୁବନେଶ୍ବର:ପୁଣି ଡରେଇଲା କରୋନା,ଏବେ କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନିଟି ମୁଖ୍ୟ ସହର ରହିଛି ।ରାଜ୍ୟ ସରକାରଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାଇ କୋଭିଡ୍ ରେଡ୍ ଜୋନକୁ ଫେରିଛି ରାଜଧାନୀ ।ଏହା ବ୍ୟତିର ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଛି। ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି। ଏଣେ କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି।

ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ମେୟର ସୁଲୋଚନା ଦାସ ନିର୍ଦେଶ ଦେଇଛନ୍ତି। ସେ କହିଛନ୍ତି, ରାଜଧାନୀରେ ମାସ୍କ ବାଧ୍ୟତାମୂଳକ ହୋଇଛି, ମାସ୍କ ନ ପିନ୍ଧିଲେ ଫାଇନ୍ କଟାଯିବ। ମାସ୍କ ନ ପିନ୍ଧିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୯୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୦, ୯୫୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୦୦ ଟପିଛି। ଗତ ୧୨ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ପାଇଁ ରାସ୍ତା ସାଫ ,ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂହେଙ୍କ ଇସ୍ତଫା

Sat Jul 9 , 2022
ଏସ.ବାସ୍ତବ: ଶ୍ରୀଲଙ୍କାରେ ଗୃହଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମ ସିଂହେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଜରୁରୀକାଳୀନ ବୈଠକରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଅନୁମୋଦନ ପାଇବା ପରେ ସେ ଏହି ପଦକ୍ଷେପ ନେଇଥିଲେ। ପ୍ରଧାନମନ୍ତ୍ରୀ ୱିକ୍ରେମିସିଂହ କହିଛନ୍ତି ଯେ ତାଙ୍କ ଇସ୍ତଫା ଦେଶରେ ଏକ ସର୍ବଦଳୀୟ ସରକାର ଗଠନ ପାଇଁ ବାଟ ପରିଷ୍କାର କରିଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ବର୍ତ୍ତମାନ ଗୃହଯୁଦ୍ଧର ସବୁଠାରୁ […]

You May Like

Pin It on Pinterest