ଭିଜିଲାନ୍ସ ହାତରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ…

ଉମରକୋଟ ୧୧।୭: ଭିଜିଲାନ୍ସ ହାତରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ।୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ । ଗୋଟିଏ ପୁରୁଣା କେସ୍‌କୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦୌଡି ଚାଲି ଯାଉଥିବା ସମୟରେ ରାତି ୧୨ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଭିଜିଲାନ୍ସ ଅଧିକାରୀ ।ମିଳିତ ଭାବରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ବରେ ମାଲକାନଗିରି ଭିଜିଲାନ୍ସ ବିଭାଗ ଚଢାଉ କରିଥିଲା ।

ଥାନା ନିକଟରେ ନଳିନୀକାନ୍ତ ନାୟକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ କାବୁ କରୁଥିବା ସମୟରେ ଭିଜିଲାନ୍ସକୁ ଚକମା ଦେଇ ସେ ଦୌଡ଼ି ଦୌଡ଼ି ଖସିଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇବା ସହ କିଛି ସମୟ ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲା । ଏହି ଟିମ୍‌ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗର ୧୪ ଜଣିଆ ଏକ ଟିମ୍ ସାମିଲ ରହିଥିଲେ । ବର୍ତ୍ତମାନ ମିମରାଜ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ନିଆଯାଇଛି । କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହତ୍ୟା ନା' ଆତ୍ମହତ୍ଯା ? ରହସ୍ଯ ଘେରରେ ଅରୁଣ ବାଙ୍କ ଙ୍କ ମୃତ୍ଯୁ ଘଟଣା...

Mon Jul 11 , 2022
ନବୀନ ଦାଶ(ବରଗଡ): ବରଗଡ଼ ଜିଲ୍ଳା ଅତାବିରା ବ୍ଲକ ଦେବାହାଲ ଅଫ ଲାଇନ ୫୯୧ ଖୁଣ୍ଟି ନଂ ପାଖରେ ଆଜି ଭୋର୍ ୫ ଟା ରେ ଜଣେ ବ୍ୟକ୍ତି ପୁରୀ ଦୁର୍ଗ ଇଣ୍ଟରସିଟି ରେଳ ରେ ପିଟି ହୋଇ ଛିଟିକି ପଡ଼ିଥିଲେ ।ଖବର ପାଇ ଦେବାହଲ ଷ୍ଟେସନ ମାଷ୍ଟର ଗିରିଜାନନ୍ଦ ଦାଶ ରେଙ୍ଗାଲିକ୍ୟାମ୍ପ ରେଳ ଗେଟ ରେ କାମ କରୁଥିବା କର୍ମଚାରୀ ଙ୍କୁ ସେହି ସୂଚନା ଦେଇଥିଲେ।ତେଣୁ ଉକ୍ତ କର୍ମଚାରୀ ଜଣକ […]

You May Like

Pin It on Pinterest