
:_ ଜଳପଥ ଓ ସ୍ଥଳପଥର ସୁରକ୍ଷା ପାଇଁ କଲେ ସମୀକ୍ଷା
:_ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ କଲେ କ୍ଷେତ୍ର ପରିଦର୍ଶନ।
ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରା ପାଇଁ ପୀଠରେ ସମୀକ୍ଷା କଲେ ବାଲେଶ୍ବର ଆଇଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ଚରଣ ସିଂ ମୀନା।
ପବିତ୍ର ଶ୍ରାବଣୀଯାତ୍ରାରେ ବାବାମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସିବାକୁ ଥିବା ହଜାରହଜାର କାଉଡିଆଭକ୍ତଙ୍କ ସୁରକ୍ଷା ନିମନ୍ତେ ଜଳପଥ ଓ ସ୍ଥଳପଥର ସୁରକ୍ଷା ପାଇଁ ସମୀକ୍ଷା କରିଥିଲେ। ସେହିପରି କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ ଓ ବାହାରେ ସ୍ବତନ୍ତ୍ର ବ୍ଯାରିକେଡ ସହ ଉଜ୍ବଳ ଆଲୋକ ବ୍ଯବସ୍ଥା କରିବା ପାଇଁ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ। ଆଇଜିଙ୍କ ଏହି ସମୀକ୍ଷାରେ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ଉପସ୍ଥିତ ରହିଥିଲେ।