ଚାନ୍ଦବାଲି ବ୍ଲକ୍ ଜଳେଶ୍ବର ପୁର ସମବାୟ ସମିତି ନିର୍ବାଚନରେ ବାଜି ମାରିଲା କଂଗ୍ରେସ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁରରେ ସମବାୟ ନିର୍ବାଚନରେ ବାଜିମାରିଲା କଂଗ୍ରେସ : ସଭାପତି ଭାବେ ନିର୍ବାଚିତ ହେଲେ ସୁଦର୍ଶନ ମାଉନ୍ତ l

ଚାନ୍ଦବାଲି ବ୍ଲକର ମୌସୁଧା ପଂଚାୟତ ଓ ଜଲେଶ୍ବରପୁର ପଂଚାୟତକୁ ନେଇ ଜଳେଶ୍ବରପୁର ସେବା ସମବାୟ ଗଠିତ । ଦ୍ୱିତୀୟ ପର୍ଯ୍ୟୟ ସମବାୟ ନିର୍ବାଚନରେ ଜଳେଶ୍ୱରପୁର ସେବା ସମବାୟରେ କଂଗ୍ରେସ ଦଳ ବାଜି ମାରି ନେଇଛି , ସଭାପତି ଭାବେ ସାଷକ ଦଳକୁ ହରାଇ କଂଗ୍ରେସ ଦଳର ସଭାପତି ପ୍ରାର୍ଥୀ ସୁଦର୍ଶନ ମାଉନ୍ତ ବିଜୟ ହୋଇଛନ୍ତି ।

ଶ୍ରୀ ମାଉନ୍ତ ମଧ୍ୟ ପୁର୍ବରୁ ଜଳେଶ୍ୱରପରୁ ସେବା ସମବାୟ ସମିତିରେ ସଭାପତି ଥିଲେ । ଏହି ବିଜୟ ପରେ ଶ୍ରୀ ମାଉନ୍ତ ଦୁଇ ପଂଚାୟତର ଚାଷୀଭୂକ ସ୍ବାର୍ଥ ପାଇଁ ସର୍ବଦା କାର୍ଯ୍ୟକରିବେ ବୋଲି ଗଣମାଧ୍ୟମ ଅଗରେ ପ୍ରକାଶ କରିଥିଲେ । ଏହି ବିଜୟ ଉତ୍ସବରେ ୯ ଜଣ ବୋଡ଼ ମେମ୍ବରଙ୍କ ସହ କଂଗ୍ରେସ ଦଳର ଯୁବ ନେତା ଅଜୟ ଦାସ,ଶକ୍ତିପ୍ରତାପ ବିଶ୍ଵାଳ, ଅଭୟ ସାହୁ, ବିଜେପି ନେତା ରମାକାନ୍ତ ଭୋଳ, ଦିଲିପ ନାୟକଙ୍କ ସହ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା,ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗିରହିବ ବର୍ଷା ପ୍ରକୋପ...

Sat Jul 16 , 2022
ଭୁବନେଶ୍ୱର,୧୬/୦୭:ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାରେ ପ୍ରବଳରୁ ବର୍ଷା ସମ୍ଭାବନା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ, ରବିବାରଠାରୁ ରାଜ୍ୟରେ ଲଘୁଚାପର ପ୍ରଭାବ କମିବା ସହ ବର୍ଷା ବି କମିବ । ଆଜି(ଶନିବାର) କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ବର୍ଷା ହେବ । ନୂଆପଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, […]

You May Like

Pin It on Pinterest