ବିକାଶର ଆଉ ଏକ ନମୁନା- ଚାନ୍ଦବାଲିର ରାଜେନ୍ଦ୍ରପଲ୍ଲୀ ଗାଁରେ ଭରା ନଈରେ ବାଉଁଶ ଚାର’ହିଁ ଭରଷା ଦୋଳିରେ ବୁହାହେଲେ ରୋଗୀ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିକାଶ ଡିଣ୍ଡିମ ପିଟୁଛନ୍ତି ସରକାର,ସେ ଶିକ୍ଷା ହେଉ ବା ସ୍ୱାସ୍ଥ କିମ୍ବା ଗମନା ଗମନ,ଖାଲି ପ୍ରଚାର ପ୍ରସାରରେ ଆଗୁଆ ।କେଉଁଠି 5 ଟି ସ୍କୁଲ ପାଣିରେ ଭାସୁଛିତ,କେଉଁଠି ବିଜୁ ସ୍ୱାସ୍ଥ କାର୍ଡ ଧରି ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଛନ୍ତି ସାଧାରଣ ଜନତା କେଉଁଠି କେଉଁଠି ରାସ୍ତାର ଆବଶ୍ୟକତା ନଥାଇ ରାସ୍ତା ଉପରେ ରାସ୍ତା କରି ଠିକାଦାର ପୋଷା ଚାଲିଛିତ, କେଉଁଠି ରାସ୍ତା ଖଣ୍ଡେ ପାଇଁ ପ୍ରଶାସନଠୁ ନେତା ମନ୍ତ୍ରୀ ଯାଏଁ ଦୌଡ଼ି ଦୌଡ଼ି ନିହାଲ ।

ଆମେ କହୁଛୁ ଚାନ୍ଦବାଲି ବ୍ଲକ ରାଜେନ୍ଦ୍ରପଲ୍ଲୀ ଗାଁର କଥା, ରାସ୍ତା ନଥିବା ସହ ଭରା ନଇରେ ବାଉଁଶ ଚାରହିଁ ଭରଷା, ପୁଣି ଦୋଳିରେ ବୁହା ହେଲେ ରୋଗୀ। ବିକାଶର କଥା କହୁଥିବା କଥାକୁହା ରାଜ୍ୟସରକାରଙ୍କ ଏ ହେଉଛି ବିକାଶର ବାସ୍ତବ ଚିତ୍ର। ଏ ଦୃଶ୍ୟଟି କୌଣସି ଉପାନ୍ତ ଇଲାକାର ନୁହେଁ ଏ ଦୃଶ୍ୟଟି ହେଉଛି ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟୋମକେଶ ରାୟଙ୍କ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଚରଦିଆ ରାଜେନ୍ଦ୍ରପଲ୍ଲୀ ଗ୍ରାମର ଚିତ୍ର ।

ରାଜେନ୍ଦ୍ରପଲ୍ଲି ଓ ରାଜେରାଜେଶ୍ୱର ପଲ୍ଲୀକୁ ସଂଯୋଗ କରୁଥିବା ଏହି ଭଙ୍ଗା ବାଉଁଶ ପୋଲ ସାଜିଛି ଲୋକଙ୍କ ଯାତାୟତର ମାଧ୍ୟମ। ଉକ୍ତ ଗ୍ରାମକୁ ରାସ୍ତା ନଥିବାରୁ ପ୍ରତିଦିନ ଏହି ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି ୩୦ ରୁ ଉର୍ଦ୍ଧ ପରିବାର। ଆଜି ସକାଳୁ ରାଜେନ୍ଦ୍ରପଲ୍ଲି ଗ୍ରାମର ଏକ ଯୁବକ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଏକ ଦୋଳି ସାହାଯ୍ୟରେ କିଛି ଲୋକ ବୋହିନେଉଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ସେ କହିଛନ୍ତି ଦୀର୍ଘ ୧୦ ବର୍ଷ ଧରି ଏହି ବାଉଁଶ ପୋଲରେ ସେମାନେ ଯାତାୟାତ କରୁଛନ୍ତି ।

ଏ ସମ୍ପର୍କରେ ପୂର୍ବରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଥିପ୍ରତି କାହାର ନଜର ନାହିଁ। ଯଦି ଆଗାମୀ ଦିନରେ ଏଠି ସ୍ଥାୟୀ ପକ୍କା ପୋଲ ନିର୍ମାଣ ନ ହୁଏ, ତାହେଲେ ଗ୍ରାମବାସୀ ମାନେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ କଥାବାର୍ତ୍ତା,ବିଜେଡିର ଜଗଦୀପ ଧନଖରଙ୍କୁ ସମର୍ଥନ ଘୋଷଣା...

Sun Jul 17 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର)୧୭/୦୭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ପ୍ରାର୍ଥୀ ଜଗଦୀପ ଧନଖରଙ୍କୁ ସମର୍ଥନ ଜଣାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ମାଧ୍ୟମରେ ଧନଖରଙ୍କ ସମର୍ଥନ ଲୋଡ଼ିବା ପରେ ମୁଖ୍ୟମନ୍ତ୍ର୍ୟ ନବୀନ ପତନୟକ ଏହି ନିଷ୍ପତ୍ତି ନେଇଛି।ଜଗଦୀପ୍‌ଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡିର ସାଂସଦ ଉପସ୍ଥିତ ରହିବେ […]

You May Like

Pin It on Pinterest