
ସଞ୍ଜୟ ଶତପଥୀ(କଟକ): ସନାତନ ଧର୍ମ ର ରକ୍ଷାକର୍ତ୍ତା ସାଜିଥିବା ଓଡିଶା ରାଜ୍ଯ ର “ହିନ୍ଦୁ ସେନା” ତରଫରୁ ରାଜ୍ଯ ସଭାପତି ଦେବାଶିଷ ରାଉତ ଙ୍କ ନେତୃତ୍ବ ରେ ଶତାଧିକ ହିନ୍ଦୁ ସେନା କର୍ମୀ କଟକ ମହାନଗର ନିଗମ କାର୍ଯ୍ଯାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଗମ ଆୟକ୍ତଙ୍କ ଅନୁପସ୍ଥିତି ରେଉପ-ଆୟୁକ୍ତ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।
ପ୍ରକାଶ ଥାଉକି କଟକ ମହାନଗର ନିଗମ ଅଧୀନରେ କାର୍ଯ୍ୟ କରୁଥିବା କାଞ୍ଜିଆହୁଦାରେ ବ୍ଯାପକ ଅନିୟମିତତା ଥିବା ବିଷୟରେ ନିଗମର ଆୟୁକ୍ତ ଙ୍କୁ ଅବଗତ କରାଯାଇଥିବା ତଥା ବିଶେଷ କରି ସତୀଚଉରାସ୍ଥିତ କାଞ୍ଜିଆହୁଦା ଦାୟିତ୍ୱ ରେ ଥିବା ନିଗମ କର୍ମଚାରୀ ଜିତେନ୍ଦ୍ର ଲେଙ୍କା ଙ୍କ ବିରୁଦ୍ଧରେ ବିଡାନାସୀ ଥାନାରେ ଏତାଲା ଦିଆଯିବା ବିଷୟରେ ଅବଗତ କରାଯାଇଥୂଲେ ମଧ୍ଯ ନିଗମ କାର୍ଯ୍ଯାଳୟ ରୁ କୌଣସି ପଦକ୍ଷେପ ନ ନିଆଯିବା ଘଟଣା ଏକ ବିରାଟ ପ୍ରଶ୍ନବାଚୀ।
ଆହୁରି ମଧ୍ଯ କାଞ୍ଜିଆହୁଦା ରେ ଆବଶ୍ଯକ ପରିମାଣ ର ଗୋ-ଖାଦ୍ଯ ମହଜୁଦ୍ ନ ରଖିବା, ବିନା ରସିଦ୍ ରେ ଜୋରିମାନା ଆଦାୟ, ରେଜିଷ୍ଟର ନଥିବା,ସଫା ନହେବା କାରଣରୁ ଆବର୍ଜନା ଯୋଗୁଁ ଜବତ ଗାଈମାନଙ୍କର ଜୀବନହାନି ଭଳି ସମସ୍ଯା ଦେଖାଦେଉଛି। ଆହୁରି ମଧ୍ଯ ଏହି କାଞ୍ଜିଆହୁଦା ରୁ ଗାଈ ପିଛା ଟ. ୩,୦୦୦/- ରୁ ଟ. ୪,୦୦୦/- ମୂଲ୍ଯ ରେ କଂସେଇମାନଙ୍କୁ ବିକ୍ରୀ କରାଯାଉଛି। ଏହା ସନାତନ ଧର୍ମ ପ୍ରତି ଘୋର ଅସମ୍ମାନ।
ନିଗମର ମାନନୀୟ ଆୟୁକ୍ତ ଏହି ସବୁ ସମ୍ବେଦନଶୀଳ ଘଟଣା କୁ ଉପଯୁକ୍ତ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଉପସ୍ଥିତ ସେନାର ସଦସ୍ଯ ମାନେ ଅନୁରୋଧ କରିଥୂଲେ। ଏହି କାର୍ଯ୍ୟକ୍ରମ ରେ କଟକର ଯୁବ ସମାଜସେବୀ ସଞ୍ଜିତ୍ ସାମଲ ଯୋଗଦେଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ଲାଗି ପୁରୀଘାଟ ଥାନା ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଥିଲା।



