ଶନିବାର ଓ ରବିବାର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା….

ଭୁବନେଶ୍ୱର ୨୩/୦୭: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାଇ,ଶନିବାର ଓ ରବିବାର ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା । ଏହି ଦୁଇ ଦିନ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଆଜି ସୁନ୍ଦରଗଡ, ବରଗଡ଼ ଓ ଝାରସୁଗୁଡାରେ ପ୍ରବଳ ବର୍ଷାର ଆଶଙ୍କା ଅଛି । ୨୪ରେ ଗଜପତି, ଗଞ୍ଜାମ ଓ କନ୍ଧମାଳରେ ବି ଅତି ପ୍ରବଳ ବର୍ଷା ହେବ ପୂର୍ବାନୁମାନ କରାଯାଇଛି ।

ଆଜି ଦେବଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୪ରେ ଆଭ୍ୟନ୍ତରୀଣ ଓଡିଶା ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ମଧ୍ୟ ପୂର୍ବାନୁମାନ କରିଛି ।

ଶୁକ୍ରବାର ଟିଟିଲାଗଡରେ ୪୯.୨ ମିଲିମିଟର, ବାରିପଦାରେ ୨୧.୨, ଭଦ୍ରକରେ ୨୦, କେନ୍ଦୁଝରରେ ୧୮.୬, ଝାରସୁଗୁଡାରେ ୧୬, ଯାଜପୁରରେ ୧୪ ଓ ବାଲେଶ୍ୱରରେ ୧୩.୫ ମିମି ବର୍ଷା ରେକର୍ଡ ହୋଇଛି ।

ସେହିପରି ଜଳସମ୍ପଦ ବିଭାଗର ତଥ୍ୟ ଅନୁସାରେ, ପାନପୋଷରେ ୮୬.୨ମିଲିମିଟର, ପରମାଣପୁରରେ ୯୨.୪ ମିମି ବର୍ଷା ରେକର୍ଡ କରାଯାଇଛି । ଜୁନ୍‌ ୧ରୁ ଜୁନ୍‌ ୨୨ ସୁଦ୍ଧା ରାଜ୍ୟରେ ୩୧୫.୫ମିଲିମିଟର ବର୍ଷା ହୋଇଛି । ତେବେ ଜୁନ୍‌ରୁ ଜୁଲାଇ ୨୨ ସୁଦ୍ଧା ମୋଟ ୪୪୬.୮ମିମି ବର୍ଷା ହୋଇଛି । ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଥିବାବେଳେ, ସମ୍ବଲପୁର ଓ ସୁନ୍ଦରଗଡରେ ନିଅଣ୍ଟିଆ ବର୍ଷାର ରେକର୍ଡ ହୋଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ମହାନଗର ନିଗମର କାଞ୍ଜିଆହୁଦାରେ ଅବ୍ଯବସ୍ଥା, ପ୍ରତିକାର ଲାଗି ହିନ୍ଦୁ ସେନା ପକ୍ଷରୁ କମିଶନରଙ୍କୁ ଦାବୀ ପତ୍ର ପ୍ରଦାନ...

Sat Jul 23 , 2022
ସଞ୍ଜୟ ଶତପଥୀ(କଟକ): ସନାତନ ଧର୍ମ ର ରକ୍ଷାକର୍ତ୍ତା ସାଜିଥିବା ଓଡିଶା ରାଜ୍ଯ ର “ହିନ୍ଦୁ ସେନା” ତରଫରୁ ରାଜ୍ଯ ସଭାପତି ଦେବାଶିଷ ରାଉତ ଙ୍କ ନେତୃତ୍ବ ରେ ଶତାଧିକ ହିନ୍ଦୁ ସେନା କର୍ମୀ କଟକ ମହାନଗର ନିଗମ କାର୍ଯ୍ଯାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିଗମ ଆୟକ୍ତଙ୍କ ଅନୁପସ୍ଥିତି ରେଉପ-ଆୟୁକ୍ତ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି କଟକ ମହାନଗର ନିଗମ ଅଧୀନରେ କାର୍ଯ୍ୟ […]

You May Like

Pin It on Pinterest