ଭରଦ୍ବାଜ ପ୍ରତିଷ୍ଠାନର ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର…

ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ହରିହର ଭେଟ ମନ୍ଦିର ପ୍ରାଙ୍ଗଣରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନl ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ରୋଗୀଙ୍କ ରକ୍ତଚାପ, ମଧୁମେହ, ଗଣ୍ଠିବାତ, ଅମ୍ଳପିତ୍ତ ଓ ସ୍ତ୍ରୀ ରୋଗଆଦିର ପରୀକ୍ଷା କରି ଚିକିତ୍ସା, ପରlମର୍ଶ ଓ ଔଷଧ ବିତରଣ କରିଥିଲେ l

ଭୂତାଣୁ ନିରାକରଣ ପାଇଁ ଇମ୍ୟୁନିଟି ବଢାଇବା, ସାମାଜିକ ଦୂରତା,ମୁଖା ପରିଧାନ ଓ ପ୍ରତିଜୀବି ଚିକିତ୍ସା ନକରି ସୁସମ ଖାଦ୍ୟ ଓ ପ୍ରାକୃତିକ ଭୂତାଣୁ ବିରୋଧୀ ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ l ଶିବିରର ପ୍ରାୟୋଜକ ଥିଲେ ଜୟନ୍ତି ଲାଲ ନରସି ଚୌହାନ ଓ ବିଶ୍ୱଜିତ୍ କାନୁନ୍ଗୋ ଶିବିର ପରିଚାଳନାରେ ସହଯୋଗ କରିଥିିଲେ ଗଣେଶ ପ୍ରସାଦ ପରିଛା ଓ ମନ୍ଦିର କମିଟିର ସଭ୍ଯ ସଭ୍ୟା l ପ୍ରତି ସୋମବାର ସକାଳେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୁଏ, ଏହାର ସୁଯୋଗ ନେବାକୁ ମନ୍ଦିର କମିଟି ଅନୁରୋଧ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମଙ୍କିପକ୍ସ: ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ୨୧ ଦିନ ନଜରରେ ରଖାଯିବ,ଘରେ ବିଚ୍ଛିନ୍ନତା କରାଯିବ; ଆପଣଙ୍କ ଠାରେ ଲକ୍ଷଣ ଦେଖା ଦେଲେ କଣ କରିବେ ?

Tue Jul 26 , 2022
ଏସ.ବାସ୍ତବ:ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ୨୧ ଦିନ ପର୍ଯ୍ୟନ୍ତ ପର୍ଯ୍ୟବେକ୍ଷଣ ଅଧୀନରେ ରଖାଯିବ | ଯଦି ମଝିରେ ମଝିରେ ସେମାନେ ଲକ୍ଷଣ ଦେଖନ୍ତି, ତେବେ ସେହି ଆଧାରରେ ସେମାନଙ୍କୁ ଚିକିତ୍ସା କରାଯିବ | ମଙ୍କିପକ୍ସ ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଉପରୋକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ରୋଗୀକୁ ଡାକ୍ତରଖାନାକୁ ଆଣିବା ଏବଂ ପରିବହନ ପାଇଁ PPE ବ୍ୟବହାର କରାଯିବା ଉଚିତ୍ | ରୋଗୀର ଚର୍ମ ଦାଗ […]

You May Like

Pin It on Pinterest