
ଏସ୍.ବାସ୍ତବ ୨୭।୦୭ : ମନ୍ମଥ ଅଙ୍କଲଙ୍କ କଥା ମାନିଲେକି ବାବୁସାନ ? ପ୍ରକୃତି ଫେରିବାର ଗୋଟିଏ ଦିନ ପରେ ପିଫରି ଆସିଛନ୍ତି ବାବୁ ।ଗତ କାଲି ମନମତ୍ତହ ମିଶ୍ର ଏକ ଟିଭି ଚ୍ୟାନେଲ କୁ ଫୋନ ଯୋଗେ ଦେଇ ଥିବା ସାକ୍ଷାତକାରରେ ବାରମ୍ବାର କହିବାର ଶୁଣାଯାଇଥିଲା,”ବାବୁ ତମେ ତୁମ ବାପାମାଙ୍କ ପାଖକୁ ଫେରିଯାଅ ବୋଲି ମୁ ବାବୁଙ୍କୁ କହିଛି “।ପରି ଶେଷରେ ଅଙ୍କଲଙ୍କ କଥା ମାନିଛନ୍ତି ବାବୁସାନ । ଚେନ୍ନାଇରୁ ଇଣ୍ଡିଗୋ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି , ଭୁବନେଶ୍ୱରରେ ଫେରିବା ପରେ ବାପା, ମାଆଙ୍କ ପାଖକୁ ଯିବି ବୋଲି କହିଛନ୍ତି । ହେଲେ ଏବେବି କଥାଟା ଗୋଳିଆ ଲାଗୁଛି ।ଏଠି ପ୍ରଶ୍ନ ଉଠୁଛି ଅଙ୍କଲ ସାଙ୍ଗରେ ଆଣିଲେନି କାହିଁକି ?
ଖବର ଅନୁଯାୟୀ, ମଙ୍ଗଳବାର ଚେନ୍ନାଇ ଏୟାରପୋର୍ଟରେ ଦେଖା ଦେଇଥିଲେ ବାବୁସାନ । ଚେନ୍ନାଇ ଏୟାରପୋର୍ଟରେ ବାବୁସାନଙ୍କୁ ଦେଖିଥିଲେ ଯାତ୍ରୀ । ଚେନ୍ନାଇରୁ ଭୁବନେଶ୍ବର ଆସିଲା ଫ୍ଲାଇଟ୍, ହେଲେ ବାବୁସାନଙ୍କର ଦେଖାମିଳିଲାନି । ଫଳରେ ପୁଣି ବାବୁସାନଙ୍କୁ ନେଇ ବଢ଼ିଥିଲା ସସପେନ୍ସ । ମଙ୍ଗଲବାରଠୁ ଦୁଇ ବନ୍ଧୁଙ୍କ ସହ ସେ ଚେନ୍ନାଇ ଏୟାରପୋର୍ଟରେ ବୁଲୁଥିବା ଭିଡିଓରେ ଦେଖାଯାଇଥିଲେ। ଆଉ ଏବେ ମାନେ ଗୋଟିଏ ଦିନ ପରେ ମାନେ ବୁଧବାର ଦିନ ସକାଳୁ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଥିଲେ ବାବୁସାନ୍ ।
ଦେଖିବାକୁ ବାକି ରହିଲା ଚେନାଇ ହୋଟେଲରେ ଅଙ୍କଲ ଆଣ୍ଟିଙ୍କ ସହ ହୋଇଥିବା ସିକ୍ରେଟ ପ୍ଲାନ କେବେ ପଦାକୁ ଆସୁଛି



