କଂଗ୍ରେସ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଙ୍କ କୁଶ ପୁତ୍ତଳିକା ଦାହ କଲେ କଟକନଗର ଭାଜପା କର୍ମୀ…

ସଞ୍ଜୟ ଶତପଥୀ(କଟକ):କଂଗ୍ରେସ ନେତା ଶ୍ରୀ ଅଧିର ରଞ୍ଜନ ଚୌଧୁରୀ ଙ୍କ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୋପଦି ମୁର୍ମୁଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ-ସେ ରାଷ୍ଟ୍ରପତି ନୁହନ୍ତି,ରାଷ୍ଟ୍ରପତ୍ନୀ, ବିରୋଧରେ ୨୮ଜୁଲାଇ ସନ୍ଧ୍ୟା ୫ଘଟିକାରେ କଟକନଗର ଭାଜପା ତରଫରୁ କଲେଜଛକ ସୁବାଷ ବୋଷ ମୂର୍ତ୍ତି ନିକଟରେ ପ୍ରତିବାଦ ସଭା ଓ ତାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

କଟକନଗର ଭାଜପା ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭାରେ ବକ୍ତାମାନେ କଂଗ୍ରେସ ଦଳ ର ନେତୃତ୍ବର ଏହି ପ୍ରକାର କୁଶ୍ଚିତ ମାନସିକତାକୁ ଘୋର ନିନ୍ଦା କରିଥିଲେ।ଏହି କଂଗ୍ରେସ ନେତା କେବଳ ଦେଶର ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅପମାନିତ ଶବ୍ଦ ପ୍ରୟୋଗ କରିନାହାନ୍ତି, ସେ ପରୋକ୍ଷରେ ଦେଶର ଆଦିବାସୀ ସମ୍ପ୍ରଦାୟର ଭାଇ ଭଉଣୀଙ୍କୁ ତଥା ସାଢ଼େ ଚାରି କୋଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବୋଲି ବକ୍ତାମାନେ କହିଥିଲେ।ଅଧିର ରଞ୍ଜନ ଏହି ମନ୍ତବ୍ୟ ଦେଶର ସାମ୍ବିଧାନିକ ମୁଖ୍ୟଙ୍କ ପ୍ରତି ଥିବାରୁ ତାଙ୍କୁ ଗିରଫ କରିବା ପାଇଁ ଏବଂ ସର୍ବସାଧାରଣରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଦେଶବାସୀ ଙ୍କୁ କ୍ଷମା ମାଗିବା ଉଚିତ ବୋଲି ବକ୍ତାମାନେ ଦାବୀ କରିଥିଲେ।

ପ୍ରତିବାଦ ସଭାପରେ ଅଧିର ରଞ୍ଜନ ଚୌଧୁରୀ,ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା।ଏଥିରେ ଶ୍ରୀମତୀ ରଶ୍ମିରେଖା ଦାସ,ବିଶ୍ୱରଂଜନ ମିଶ୍ର,ବୈଦେଶ୍ୱର ପଣ୍ଡା,ଭାଗୀରଥି ଦଳେଇ,ପ୍ରବୀଣା ମହାପାତ୍ର, ସତ୍ୟବ୍ରତ ମିଶ୍ର,ମହେନ୍ଦ୍ର ମହାନ୍ତି,ମହମ୍ମଦ ସବିର,ନମିତା ମିଶ୍ର,ରତନ ମହାନ୍ତି,ପ୍ରମୋଦ ଓଝା,କର୍ପୋରେଟର ଗଗନ ଓଝା,ଲକ୍ଷ୍ମୀଧର ବେହେରା ଓ ଦୀପକ ଦାସ,ଭବାନୀ ନାଏକ,ସୁବାଷ ମହାନ୍ତି,ଶରତ ଭୋଳ,କୀର୍ତ୍ତି ପଟ୍ଟନାୟକ,ଶ୍ରୀନିବାସ ରେଡି,ବିଶ୍ୱଜିତ ମହାପାତ୍ର,ଧିରପ୍ରସାଦ ମହାନ୍ତି,ଶିବଚରଣ ନାଏକ,ଅମ୍ବିକା ସାମଲ,ସୌମେନ୍ଦ୍ର ପଲେଇ,ଆଶିଷ ମହାନ୍ତି,ଶିଳ୍ପା ସୌମିତ୍ରୀ ଗିରି ଗୋସ୍ୱାମୀ, ଡେଜ଼ୀନା ବେହେରା,ସଂଗ୍ରାମ ସିଂ,ଚିରଞ୍ଜୀବ ଖଣ୍ଡାୟତ ରାୟ,ସୌମ୍ୟ ସ୍ବାଇଁ,କଲ୍ୟାଣି ମହଲା, ସତ୍ୟଜିତ ମହଲା,ମୁନିନ୍ଦ୍ର ଭୋଳ,ରଞ୍ଜିତା ନାଏକ, ହରପ୍ରିୟା ଧଳ,ଭାରତୀ ପାଣି,ସୌମ୍ୟଶଙ୍କର ରାଜ,ବୁଲୁ ସାହୁ,ବିଷ୍ଣୁପ୍ରିୟା ବେହେରା,ସଞ୍ଜୟ ଶଃ,ଔଶଫ ଅଲ୍ଲି,ଅବିନାଶ ନାଏକ,ଧର୍ମେନ୍ଦ୍ର ଗୁପ୍ତା,ପୌର୍ଣ୍ଣବାସୀ ମହାପାତ୍ର,ସୁରେଶ ଜେନା,ରଶ୍ମି ମହାପାତ୍ର, ଅମ୍ରୀତ ଆଚାର୍ଯ୍ୟ,ବିଶ୍ୱଜିତ ଦାସ,ମାନସ ଓଝା,ନଳିନୀ ରାୟ ଓ ଅରୁଣ ବେହେରା ପ୍ରମୁଖ କାର୍ଯ୍ୟକର୍ତା ଯୋଗଦେଇଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ଓଡିଶା ସରକାରଙ୍କ ପକ୍ଷରୁ ଚାନ୍ଦବାଲିରେ ବିଜୁଳି ମହୋତ୍ସବ....

Fri Jul 29 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଭାରତର ସ୍ବାଧ୍ଵତାରର ୭୫ ବର୍ଷକୁ ‘ଆଜାଦିର ଅମୃତ ମହୋତ୍ସବ’ ଭାବେ ପାଳନ କରାଯାଇଛି, ଏହି ପରିପ୍ରେକ୍ଷିରେ ଶକ୍ତି ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପାୱାରଗୁଡ଼, ଓପିଟିସିଏଲ ଏବଂ ଟିପିନଓଡ଼ିଏଲର ମିଳିତ ଭାବେ ଚାନ୍ଦବାଲି ବିଜୁସ୍ମୃତି ଭବନରେ ବିଜୁଳି ମହୋତ୍ସବ ଆୟୋଜନ କରାଯାଇଛି । ଏହି ବିଜୁଳି ମହୋତ୍ସବରେ ବିଶେଷ ଅତିଥ୍‌ ଭାବେ ବିଜୁଳି ବିଭାଗର ଏସି ଶ୍ରୀକାନ୍ତ କୁମାର ପାଣି, ଚାନ୍ଦବାଲି ତହସିଲଦାର, […]

You May Like

Pin It on Pinterest