
ଅଭୟ ସାହୁ(ସାଲେପୁର):କଟକ ଚାନ୍ଦବାଲି ରୋଡ଼,ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କ ମୃତ ହୋଇଥିବା ବେଳେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ହୋଟେଲ ମାରିୟାନ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଆହତ ମାନଙ୍କୁ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାଇ, କଟକରୁ ରାଜନଗର ଯାଉଥିବା ଏକ ଟାଟା ମ୍ୟାଜିକ ଗାଡିକୁ ଏକ ସାର ବୋଝେଇ ପିକଅପ ଭ୍ୟାନ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ରାଜନଗର ଅଂଚଳର କ୍ରିଷ୍ଣା ପ୍ରଧାନଙ୍କ ପତ୍ନୀ କଳ୍ପନା ପ୍ରଧାନ। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।
ଘଟଣା ସ୍ଥଳରେ ସାଲେପୁର ଅଗ୍ନିଶମ କର୍ମଚାରୀ ଓ ସାଲେପୁର ଥାନା ପୋଲିସ ପହଁଞ୍ଚି ଆହତଙ୍କୁ ଗୋଷ୍ଠୀସ୍ୱାସ୍ଥ୍ୟରେ ଭର୍ତ୍ତି କରାଇ ତଦନ୍ତ ଆରମ୍ଭ କରିଛି। ହୋଇଛନ୍ତି। ଆହତଙ୍କ ସାଲେପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ କରାଇ ତଦନ୍ତ ଆରମ୍ଭ କରିଛି ସାଲେପୁର ଥାନା ପୋଲିସ।