ଚାନ୍ଦବାଲି ଭଦ୍ରକ ମୁଖ୍ୟରାସ୍ତା ଗଦି ଛକରେ ବିଜେପି ଓ ଚାଷୀ ସଂଘଠନ ପକ୍ଷରୁ ରାସ୍ତାରୋକ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାଷୀ ମାରଣ ନୀତିକୁ ବିରୋଧ କରି ଚାଷୀ ସଂଘଠନ ଓ ବିଜେପି ଦଳ ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯାଇଛି । ଭଦ୍ରକ ଜିଲ୍ଲା ନରେନ୍ଦ୍ରପୁର ସେବା ସମବାୟ ସମିତି କୁ ଧାନ କ୍ରୟ କରିବାର ଅନୁମତି ପ୍ରଦାନ ଦାବି କରି ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ଗଦି ବଜାର ଠାରେ ଶତାଧିକ ଚାଷୀ ରାସ୍ତା ରୋକ କରିଛନ୍ତି।ଫଳରେ ଭଦ୍ରକ ଠାରୁ ଚାନ୍ଦବାଲି ଓ ଚାନ୍ଦବାଲି ରୁ ଭଦ୍ରକ ଗାଡି ଚଳାଚଳ ଠପ ହୋଇଯାଇଛି ।

ରାସ୍ତା ରୋକ ହେବାରୁ ବହୁ ବସ,ଗାଡି ମୋଟର ଗଦି ବଜାର ଉଭୟ ପାଖରେ ଛିଡ଼ା ହୋଇଛନ୍ତି,ଗାଡି ଚଳାଚଳ ବନ୍ଦ ଥିବାରୁ ଲୋକମାନେ ବହୁ ହଇରାଣ ହେଉଥିବାର ଦେଖିବାକୁ ମିଳିଛି,ତେବେ ଚାଷୀଙ୍କ ଅଭିଯୋଗ ପ୍ରଶାସନିକ ଅଧିକାରୀ ଜାଣିଶୁଣି ନରେନ୍ଦ୍ରପୁର ସମବାୟ ସମିତି ର ଚାଷୀଙ୍କୁ ୧୦ କିଲୋମୋଟର ଦୂର ଜାମଜୋଡ ସମିତିରେ ଧାନ ଦେବାକୁ ନିର୍ଦେଶ ଜରିକରିଛି,ଯାହାକୁ ବିରୋଧ କରିଛନ୍ତି ।

ଚାଷୀ ଆନ୍ଦୋଳନକାରୀଙ୍କ ପାଖରେ ଜିଲ୍ଲା ଯୋଗାଣ ଅଧିକାରୀ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ. ବିଡ଼ିଓ ପ୍ରମୁଖ ଆନ୍ଦୋଳନ କାରୀଙ୍କ ପାଖରେ ପହଂଚି ଆଲୋଚନା କରିଥିଲେ. ହେଲେ ଚାଷୀ ନିଜ ଜିଦ ରେ ଅଟଳ ରହି ରାସ୍ତାରୋକ ଜାରି ରଖିଥିଲେ, କିଛି ସମୟ ପରେ ତିହିଡ଼ି ତହସିଲ ଦାର ପହଞ୍ଚି ଚାଷୀ ମାନଙ୍କୁ ବୁଝା ଶୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓପୀନିୟନ ପୋଲ: କେଜ୍ରିୱାଲ ପିଏମ ମୋଦୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜର୍ ପାଲଟିଛନ୍ତି କି? ସର୍ଭେରେ ଆସିଲା ଆଶ୍ଚର୍ଯ୍ୟଜନକ ଫଳାଫଳ...

Sun Jul 31 , 2022
ଏସ.ବାସ୍ତବ: ୨୦୧୪ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସବୁଠାରୁ ଲୋକପ୍ରିୟ ନେତା, ଏହା ଅନେକ ନିର୍ବାଚନ ଫଳାଫଳ ଦ୍ୱାରା ପ୍ରମାଣିତ ହୋଇଛି | ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ​​ସେ ବହୁ ସଂଖ୍ୟାରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରଥମ କରୋନା ମହାମାରୀ ମଧ୍ୟରେ ଏବଂ ବର୍ତ୍ତମାନ ବିରୋଧୀଙ୍କ ଦ୍ୱାରା ମୁଦ୍ରାସ୍ଫୀତି-ବେକାରୀ ସମସ୍ୟା ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ଭାରତୀୟ ଜନତା ପାର୍ଟି ୨୦୨୪ ଲୋକସଭା ନିର୍ବାଚନରେ […]

You May Like

Pin It on Pinterest