
ନବୀନ ଦାଶ(ବରଗଡ଼)୩୧ ଜୁଲାଇ; ଦେବାହାଲ୍ ସ୍ଥିତ ଜୟକିଶାନ ପାଠାଗାର ଆନୁକୂଲ୍ୟରେ ପ୍ରତିବର୍ଷ ପରି ଏଥର ମଧ୍ୟ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଦେବାହାଲ୍ ରେଳ ଷ୍ଟେସନ୍ ଛକ ଠାରୁ ରେଳ ଲାଇନ୍ କଡରେ ଥିବା ରାସ୍ତାର ଉଭୟ ପାଶ୍ୱରେ ପାଞ୍ଚସହ ବୃକ୍ଷ ରୋପଣ କରାଯାଇଥିଲା। ପାଠାଗାରର ସଭାପତି ଅବସରପ୍ରାପ୍ତ ସେନା କର୍ମଚାରୀ ସୁବେଦାର ମେଜର କାଶିଶ୍ଵର ବେହେରା ଓ ବ୍ରହ୍ମକୁମାରୀ ଭଉଣୀ ବନିତା ପ୍ରଥମ ବୃକ୍ଷ ରୋପଣ କରିଥିଲେ।
ଗ୍ରାମର ପ୍ରାୟ ପଚାଶ ଜଣ ଛାତ୍ରଛାତ୍ରୀ ଏହି କାର୍ଯକ୍ରମକୁ ଅତି ଉତ୍ସାହର ସହିତ ସୂଚାରୁରୂପେ କରିଥିଲେ। ପାଠାଗାର ର ସମସ୍ତ ପାଠକ ଓ ଗ୍ରାମବାସୀ, କୁନି ପିଲାମାନଙ୍କ ଏତାଦୃଶ କାର୍ଯକୁ ପ୍ରଶଂସା କରିବା ସହିତ ସେମାନଙ୍କ ପାଇଁ ଗର୍ବ ଅନୁଭବ କରିଥିଲେ। ପ୍ରଜାପୀତା ବ୍ରହ୍ମକୁମାରୀ ଅତାବିରା ଶାଖାର ଭାଇ ଓ ଭଉଣୀ ମାନେ ଏହି କାର୍ଯକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ। ଏହାପରେ ପାଠାଗାରର ଗ୍ରନ୍ଥାଗାରୀ ବିନୟ କୁମାର ସାହୁଙ୍କ ସଂଯୋଜନାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। “ଆମେ ଆଗାମୀ ପିଢୀ ଠୁ ଏ ପରିବେଷ କରଜ ସୂତ୍ରରେ ଆଣିଚ୍ଛୁ”।

ଏହି ବାର୍ତ୍ତାଟିର ଅର୍ଥ ଉପସ୍ଥିତ ଅତିଥି ମାନଙ୍କ ମନକୁ ବେଶ୍ ଛୁଇଁ ଥିଲା । ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ବୃକ୍ଷଗୁଡିକୁ ଲାଳନ ପାଳନ କରିବା ପାଇଁ ଶପଥ ନେଇଥିଲେ। ଜୟ କିଶାନ ପାଠାଗାର ବିଗତ କିଛି ବର୍ଷ ମଧ୍ୟରେ ବୃକ୍ଷରୋପଣ ଦ୍ଵାରା ଗ୍ରାମକୁ ଏକ ସବୁଜ ପରିବେଷରେ ପରିଣତ କରି ପାରିଛି ଏବଂ ଏହି ପ୍ରୟାସ ଜାରି ରହିବ । ବରାହଗୁଡା ସ୍ଥିତ ବରଗଡ଼ ବନଖଣ୍ଡ ରେଞ୍ଜର ଏହି କାର୍ଯକ୍ରମ ପାଇଁ ଚାରା ଯୋଗାଇଥିଲେ। କାର୍ଯକ୍ରମ ଶେଷରେ ଅରୁଣ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।