ଓଟିଏମ୍ ପୂର୍ବ କର୍ମଚାରୀଙ୍କ ଦୁଃଖ ବୁଜିଲେ ସରକାର,ମିଳିବ ବକେୟା ଅର୍ଥ…

ସଞ୍ଜୟ ଶତପଥୀ(କଟକ)୦୨/୦୮: ଓଟିଏମ୍ ପୂର୍ବ କର୍ମଚାରୀଙ୍କ ଦୁଃଖ ବୁଜିଲେ ସରକାର । ପେଟ ବିକଳରେ ସବୁସାରି ସରିଯିବାକୁ ବସିଥିବାବେଳେ,ବକେୟା ଅର୍ଥ ପ୍ରଦାନ କରିବେ ସରକାର ।ହାଇକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଅବଗତ କରିଛନ୍ତି ରାଜ୍ୟ ସରକାର ।ପୂର୍ବରୁ ୩୫ କୋଟିର ଅର୍ଥରାଶି ଦିଆସରିଥିବା ବେଳେ,ଦେୟ ବାବଦରେ ଆଉ ୧୫୦ କୋଟି ଟଙ୍କା ଦେବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ।

ବକେୟା ଅର୍ଥର ହିସାବ କରିବାକୁ ନିଯୁକ୍ତ ହେବେ ଚାର୍ତାର୍ଡ ଆକାଉଣ୍ଟାଣ୍ଟ । ଅଫିସିଆଲ୍ ଲିକ୍ୟୁଡେଟରଙ୍କୁ ଏନେଇ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ୬ ସପ୍ତାହ ମଧ୍ୟରେ ହିସାବ କରି ତଥ୍ୟ ଦେବାକୁ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ହୋଇପାରେ ମାମଲାର ଚୂଡାନ୍ତ ଶୁଣାଣୀ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଅଦଳବଦଳ ପ୍ରହ୍ଲାଦ ସହାଇ ମୀନା ବୌଦ୍ଧର ନୂଆ ଏସ୍‌ପି...

Tue Aug 2 , 2022
ପ୍ରମୋଦ ନାୟକ(ଭୁବନେଶ୍ବର):ରାଜ୍ୟ ସରକାରଙ୍କ ସୂଚନା ଅନୁଯାଇ, ଆଇପିଏସ୍‌ ଓ ଓପିଏସ୍‌ ସ୍ତରରେ ଅଦଳବଦଳ ହୋଇଛି। ବୌଦ୍ଧ ଓ ଦେବଗଡ଼ ଜିଲ୍ଲା ଏସ୍‌ପିଙ୍କୁ ବଦଳି ହୋଇଛି। ପ୍ରହ୍ଲାଦ ସହାଇ ମୀନାଙ୍କୁ ବୌଦ୍ଧର ନୂଆ ଏସ୍‌ପି ଭାବେ ନିଯୁକ୍ତି ମିଳିଛି। କ୍ରାଇମ୍ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସ୍‌ପି ଭାବେ ଦାୟିତ୍ବ ମିଳିଛି। ସେହିପରି ଚିତ୍ତ ରଞ୍ଜନ ସାମନ୍ତ ହେଲେ କମ୍ପ୍ୟୁଟର ଏସ୍‌ପି (ଭୁବନେଶ୍ବର)। ପଦୋନ୍ନତି ମିଳିବା ପରେ ସୁଦାମ ସାହୁଙ୍କୁ କଟକ-ଭୁବନେଶ୍ୱର […]

You May Like

Pin It on Pinterest