ଅଜଣା ରୋଗରେ ପୀଡ଼ିତ ମନୋଜ ଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ମିଳିଲା ହୂଇଲ ଚେୟାର…

ବରଗଡ଼:-୬.୮(ସ୍ଵତନ୍ତ୍ର ପ୍ରତିନିଧି ନବୀନ ଦାଶ): ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡ଼ା ପଞ୍ଚାୟତ ଝରାପାଲି ମାର୍କେଟ ଠାରେ ସ୍ଥାୟୀ ବାସିନ୍ଦା ଭାବରେ ରୁହନ୍ତି ମନୋଜ।ବୟସ ମାତ୍ର ୨୬।ଦିନ ଥିଲା ବାପା ମାଁ, ଦୁଇ ଭଉଣୀ,ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ଦୁଃଖେକଷ୍ଟେ ଚାଲିଥିଲା ତାଙ୍କ ତେଲ ଲୁଣ ସଂସାର,ହେଲେ ୬/୭ବର୍ଷ ହେବ ବାପା ଚାଲିଗଲା ପରେ ସତେ ଯେମିତି ଦଇବ ସାଜେ ତାଙ୍କ ପାଇଁ ବଇରୀ,ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ମାଡ଼ି ଆସେ ପରିବାର କୁ ଅଜଣା ରୋଗ।

ରୋଗ ରେ ଆକ୍ରାନ୍ତ ହୋଇ ବଡ ଭଉଣୀ ଆର ପାରିକୁ ଚାଲି ଯାଇଥିବା ବେଳେ ଏବେ ପୁଣି ସାନ ଭଉଣୀ ଶଯ୍ୟା ଶାୟୀ ହୋଇ ମୃତ୍ୟୁ କୁ ଅପେକ୍ଷା କରି ଦିନ ଗଣୁଛି।ସେହିପରି ଦୀର୍ଘ ୫ବର୍ଷ ହେବ ସେଇ ଅଜଣା ରୋଗରେ ପୀଡିତ ହୋଇ ବହୁ କଷ୍ଟ ରେ ଦିନ କାଟୁଛନ୍ତି ମନୋଜ।ଦୀର୍ଘ ଦିନରୁ ଭେଡେନ ବ୍ଲକ ପ୍ରଶାସନ ପକ୍ଷରୁ ଟ୍ରାଇସାଇକଲ,୨୫ କେଜି ଚାଉଳ,ମାଁ ପୁଅ ଓ ଭଉଣୀ ମିଶି ଭତ୍ତା ବାବଦ କୁ ୧୯ଶହ ଟଙ୍କା ଯାହା ପରିବାର ଚଲିବା ସହ ରୋଗ ପାଇଁ ଔଷଧ କୁ ନିଅଣ୍ଟ।ଗୋଟେ ପଟେ ମାଁ ଭଉଣୀ ତ ଅନ୍ୟ ପଟେ ନିଜେ ସ୍ବାମୀ ସ୍ତ୍ରୀ ଓ ଦୁଇ ପୁଅ ଝିଅ ଙ୍କୁ କିଭଳି ସମ୍ଭାଳିବେ କୋହ ଭରା କଣ୍ଠରେ କାନ୍ଦି ପକାନ୍ତି ମନୋଜ।

ତଥାପି ମଧ୍ୟ ଭାଙ୍ଗି ନାହାନ୍ତି ମନୋଜ।ରୋଗ ର ପ୍ରକୋପ ମନୋଜ କୁ ଦିଗହରା କରି ଦେଇଥିବା ବେଳେ ଦୀର୍ଘ ଦିନରୁ ଏକ ହୁଇଲ ଚେୟାର ପାଇଁ ଆବେଦନ କରି ଆଜି ସ୍ଥାନୀୟ ସମାଜ ସେବୀ ତଥା ସାମ୍ବାଦିକ ଭବାନୀ ଶଙ୍କର ପାଢ଼ୀ ଙ୍କ ସହାୟତାରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି।

ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ଭେଡେନ ବ୍ଲକ ଉପାଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି,ଭେଡେନ ଜିଲ୍ଲା ପରିଷଦ ଜୋନ ୨ ର ସଭ୍ଯ ସତ୍ଯଜିତ ପୁରୋହିତ,ସଂକ୍ରିଡା ସରପଞ୍ଚ ଜୟନ୍ତୀ ସେଠ,ପୂର୍ବତନ ସରପଞ୍ଚ ଶୁସାନ୍ତ କୁମାର ସାହୁ,ସଂକ୍ରିଡା ୱାର୍ଡ ସଭ୍ୟା ପ୍ରଭାତୀ ପଟେଲ,ରୂପା ପ୍ରଧାନ,ସଂକ୍ରିଡା ପଞ୍ଚାୟତ ଏକ୍ ଯ୍ୟୁକେଟିଭ ଅଫିସର ତରଣୀସେନ ଜେନା,ସଂକ୍ରିଡା ରାଜସ୍ବ ଅଧିକାରୀ ଙ୍କ ପ୍ରତିନିଧି ଅଚ୍ୟୁତାନନ୍ଦ ମହାପାତ୍ର,ସକାଳ ଖବର କାଗଜ ର ହକର ରାମ ଛତ୍ରିଆ ପ୍ରମୁଖ ଙ୍କ ସକ୍ରିୟ ଉପସ୍ଥିତି ସହ,ମନୋଜ ସାହୁଙ୍କ ପରିବାର ବର୍ଗ ଓ ଝରାପାଲି ମାର୍କେଟ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ଅଜଣା ରୋଗ ରୁ ମନୋଜଙ୍କୁ ବାଳ କରିବା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ଏନଏସି କିସ୍ମତ ମଝିଗାଁ ୱାର୍ଡ଼ରେ ବଧୁହତ୍ୟା ଅଭିଯୋଗ...

Sat Aug 6 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଚାନ୍ଦବାଲି ଏନ ଏସି କିସ୍ମତ ମଝୀଗାଁ ୱାର୍ଡ଼ରେ ବଧୂହତ୍ୟା ଅଭିଯୋଗ : ମୃତକଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ଚାନ୍ଦବାଲି ଥାନା ଅଧିନ ଏନ ଏସି ମଝୀଗାଁ ୱାର୍ଡ଼ରେ ଏକ ବଧୂହତ୍ୟା ଅଭିଯୋଗ ହୋଇଛି । ବାଂଶଡ଼ା ଥାନା ଅଧିନ ଚରଦିଆ ଗାଁର ବିଦ୍ୟାଧର ମହାଳିକଙ୍କ ଝିଅ ପୁଷ୍ପାଞ୍ଜଳୀ ମହାଳିକ କିସ୍ମତ ମଝୀଗାଁ ୱାର୍ଡ଼ରେ ବିଜୟ ମହାଳିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଯୌତୁକ ଓ ପାରିବାରିକ […]

You May Like

Pin It on Pinterest