
ନମୋଗୁରୁ ହୋତା(ସୁବର୍ଣ୍ଣପୁର): ଜିଲ୍ଲା ତଥା ସହରରେ ଦିନକୁ ଦିନ ଜନ ବସତି ବଢିବା ସାଙ୍ଗକୁ ମୋ ମନଟର ଯାନ ଚଳାଚଳରେ ମଧ୍ୟ ବୃଦ୍ଧି ଘଟୁଛି l ଜନ ସାଧାରଣ ଙ୍କ ବେପରୁଆ ଓ ଅବ୍ୟବସ୍ଥିତ ଗାଡିଚାଳନା ହେତୁ ଛୋଟ ବଡ ଦୁର୍ଘଟଣା ଘଟି ଅନେକ ଧନ ଜୀବନ କ୍ଷୟ କ୍ଷତି ହେଉଛି l ସାମ୍ପ୍ରତିକ ସ୍ଥିତିରେ ସେ ସବୁକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ତରଫରୁ ସହରର ପ୍ରମୁଖ ଛକ ବ୍ଲକ ଛକ ଠାରେ ବ୍ୟବସ୍ଥାପିତ ଟ୍ରାଫିକ ସିଗ୍ନାଲ ଲାଇଟ ବ୍ୟବସ୍ଥା ର ଶୁଭଉଦଘାଟନ କରିଛନ୍ତି ମାନ୍ୟବର ମନ୍ତ୍ରୀ ଓଡିଶା ଅର୍ଥ ଓ ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଓ ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହ ଦେଓ, l

ଏହି ବ୍ୟବସ୍ଥା ର ସୁପରିଚାଳନା ଫଳରେ ଟ୍ରାଫିକ ବ୍ୟବସ୍ଥା ସୁବ୍ୟବସ୍ଥିତ ହେବା ସହ ଜନସାଧାରଣ ଙ୍କ ଧନ ଜୀବନ ର ସୁରକ୍ଷା କରାଯାଇପାରିବ ବୋଲି ଉଦଘାଟନ ଅବସରରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଛନ୍ତି l ଆଜି ସନ୍ଧ୍ୟା ରେ ଉଦଘାଟିତ ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଆରକ୍ଷୀ ଅଧିକ୍ଷକ, ଶ୍ରୀଯୁକ୍ତ ଅମରେଶ ପଣ୍ଡା, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଇଂ ଦାମୋଦର କୈବର୍ତ୍ତ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ପ୍ରମୁଖ ଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ, ସୋନପୁର ପୌରପାଳିକା ର ଜନପ୍ରତିନିଧି ତଥା ବିଭିନ୍ନ ବିଭାଗର ସମ୍ପୃକ୍ତ ଅଧିକାରୀ, କର୍ମଚାରୀ ପ୍ରଭୁତି ଉପସ୍ଥିତ ରହିଥିଲେ l