ଲଘୁଚାପ ପ୍ରଭାବରେ ବଢିପାଣିରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ ତଳମୁଣ୍ଡରେ ବନ୍ଯାପରିସ୍ଥିତି ଉଦବେଗଜନକ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):ଦୀର୍ଘ ୫ଦିନରୁ ଉର୍ଦ୍ଧ ହେବ ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଏବେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମନଗର, ତିହିଡି ବ୍ଲକ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ଯା ପରିସ୍ଥିତି ଦେଖା ଦେଇଛି।ଏବେ ବଢିପାଣିରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଫଳରେ ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳର ୨୦ଟି ଗାଁ ଏବେ ବନ୍ଯା ଘେରରେ ରହିଛି ।

ବିଶେଷକରି ଆରଡି ନିକଟସ୍ଥ ବୋଡକ ଓ ଶୀତଳପୁର ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରୁ ଲହଡି ଭାଙ୍ଗୁଛି ବନ୍ଯାପାଣି। ଫଳରେ ନଦୀକୂଳିଆଙ୍କ ଯାତାୟତରେ ଡଙ୍ଗା ସାହାଭରଷା । ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ଉପରମୁଣ୍ଡରେ ବୃଦ୍ଧି ପାଇଥିବାରୁ ତଳମୁଣ୍ଡରେ ବନ୍ଯାପରିସ୍ଥିତି ଉଦବେଗଜନକ ହୋଇପଡିଛି। ଫଳରେ ଚାଷଜମି ଜଳମଗ୍ନ ହୋଇପଡିବା ସହ ଏକର ଏକର ଧାନତଳି କ୍ଷେତରେ ଲହଡି ଭାଙ୍ଗୁଛି ଗୁଳିଆ ପାଣି।

ଲଘୁଚାପ ପ୍ରଭାବରେ ଧାମରା ନିକଟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ବନ୍ଯାପାଣି ନିଷ୍କାସନରେ ବାଧକ ସାଜିଛି। ଏବେ ସୁଧା ବର୍ଷା ଲାଗି ରହିଥିବାରୁ ନଦୀରେ ଯଦି ବନ୍ଯାପାଣି ବଢେ ତାହାଲେ ଦୁର୍ବଳ ଥିବା ନଦୀବନ୍ଧର ଘାଇ ହେବା ସୁନିଶ୍ଚିତ ବୋଲି ସ୍ଥାନୀୟ ଲୋକ କହିଛନ୍ତି। ଏପରିକି କେତକ ସ୍ଥାନରେ ନଦୀବନ୍ଧ ଅତି ଦୃବଳ ରହିଥିବାରୁ ବୈତରଣୀ କୂଳ ଲଂଘି ବନ୍ଯାପାଣି ଜନବସତି ମାନିବ ବୋଲି ଦେଖାଦେଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିପ୍ଳବୀ ଅନୁଷ୍ଠାନ "ଓଡିଶା ଉତ୍କଳ ବାହିନୀର ୭୬ତମ ସ୍ବାଧୀନତା ଦିବସ ପାଳନ...

Mon Aug 15 , 2022
ସଂଜୟ ଶତପଥୀ: କଟକର ସୁନାମଧନ୍ୟ ଅଗ୍ରଣୀ ବିପ୍ଲବୀ ଅନୁଷ୍ଠାନ” ଓଡିଶା ଉତ୍କଳ ବାହିନୀ “ର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଆବାହକ ଶ୍ରୀ ପୂଣ୍ୟଶ୍ଲୋକ ମହାନ୍ତି ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ କଟକର ବେଲିଭ୍ଯୁସ୍ଥିତ ସାର୍ବଜନୀନ ପାର୍କଠାରେ ସମାପିତ ହୋଇଯାଇଛି। ଏହି ଅବସରରେ ଜାତୀୟ ସଂଗୀତ ଗାନପୂର୍ବକ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ସମାରୋହରେ ମୂଖ୍ଯ ଅତିଥି ଭାବେ ଯୁବନେତା ତଥା ସମାଜସେବୀ ଶ୍ରୀ ବୁଢା […]

You May Like

Pin It on Pinterest