ଭିଜନ୍ ସ୍ବରାଜ ଅନୁଷ୍ଠାନ ପକ୍ଷରୁ ୭୬ତମ ସ୍ବାଧୀନତା ଦିବସ ପାଳନ…

ସଂଜୟ ଶତପଥୀ(କଟକ): କଟକର ଅଗ୍ରଣୀ ଅନୁଷ୍ଠାନ “ଭିଜନ୍ ସ୍ବରାଜ” ପକ୍ଷରୁ ୭୬ ତମ ସ୍ବାଧୀନତା ଦିବସ ମହାସମାରୋହରେ କଟକର ବେଲିଭ୍ଯୁ ପାର୍କଠାରେ ପାଳିତ ହୋଇଯାଇଛି। ଏହି ମହାସମାରୋହରେ କଟକ ମହାନଗର ନିଗମର ମାନ୍ଯବର ମେୟର ଶ୍ରୀ ସୁବାସ ସିଂ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମସ୍ତ ଭାରତୀୟ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାକୁ ପାଥେୟ କରନ୍ତୁ ଏବଂ ଭାଇଚାରା ସହରର କଟକର ଭାଇଚାରା କୁ ସମସ୍ତେ ଅନୁକରଣ କରନ୍ତୁ ଯାହାଦ୍ବାରା କି ଆମ ପୂଣ୍ଯଭୂମି ଭାରତ ସୁନାର ଭାରତ ହେବାରେ କୌଣସି ବିଡମ୍ବନା ରହିବ ନାହିଁ।

ଏହି ସମାରୋହ “ଭିଜନ୍ ସ୍ବରାଜ” ର ସଂପାଦକ ଶ୍ରୀ ଅକ୍ଷୟ କୁମାର ଧଳଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନ ରେ ହୋଇଥିବା ବେଳେ ଅନୁଷ୍ଠାନର ସଦସ୍ଯ ଶ୍ରୀ ପରମାନନ୍ଦ ନାୟକ, ଶ୍ରୀ ଶାଳିନ ବିଶ୍ବାଳ, ଶ୍ରୀ ଅନ୍ତର୍ଯ୍ୟାମୀ ନାୟକ, ଶ୍ରୀ ମିଥୁନ ଝାଟିଆ ଓ ଶ୍ରୀ ଗୁରୁପ୍ରସାଦ ସାହୁ ଯୋଗଦେଇଥିଲେ। ଏହି ଅବସରରେ ଜାତୀୟ ସଂଗୀତ ଗାନ କରାଯିବ ସହ ମୂଖ୍ଯ ଅତିଥିଙ୍କ ଦ୍ବାରା ପାର୍କ ପରିସରରେ ବ୍ରୂକ୍ଷରୋପଣ କରାଯାଇଥିଲା। ଶେଷରେ ସଦସ୍ଯ ଶ୍ରୀ ଉମେଶ ଚନ୍ଦ୍ର ମହାପାତ୍ର ଧନ୍ଯବାଦ ଅର୍ପଣ କରିବା ସହ ସମସ୍ତ ଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।ସଂଜୟ ଶତପଥୀଙ୍କ ରିପୋର୍ଟ ବାସ୍ତବ ଟିଭି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାରା ଦେଶ ସ୍ବାଧୀନତାର ୭୫ତମ ପୂର୍ତ୍ତୀ ମହୋତ୍ସବ ପାଳନ କରୁଥିବା ବେଳେ,ବନବିଭାଗ କର୍ମଚାରୀଙ୍କ ଆମରଣ ଅନଶନ...

Mon Aug 15 , 2022
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୭୬ତମ ସ୍ବାଧୀନତା ଦିବସରେ ସ୍ଥାୟୀ ନିଯୁକ୍ତି ପାଇଁ ଧାରଣାରେ ବସିଲେ ବନ କର୍ମଚାରୀ।୪୦ ବର୍ଷ ପରେବି ପଡୁନି ସରକାରଙ୍କ ନଜର । ଦେଶ ସ୍ବାଧିନତାର ୭୫ ତମ ଅମୃତ ମହୋତ୍ସବ ପାଳନକରି, ଦେଶବାସୀ ଖୁସି ମନାଉଥିବା ବେଳେ, ଚାନ୍ଦବାଲି ଅଞ୍ଚଳର ଜଣେ ବନ କର୍ମଚାରୀ ନିଜର ଜୀବନ ଓ ଜୀବିକା ପାଇଁ ଦିର୍ଘ ୪୦ ବର୍ଷ ସମୟ ଚାକିରୀ କରିବା ପରେ ସରକାରୀ କର୍ମଚାରୀ ମାନ୍ୟତା ନପାଇବାରୁ […]

You May Like

Pin It on Pinterest