
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୭୬ତମ ସ୍ବାଧୀନତା ଦିବସରେ ସ୍ଥାୟୀ ନିଯୁକ୍ତି ପାଇଁ ଧାରଣାରେ ବସିଲେ ବନ କର୍ମଚାରୀ।୪୦ ବର୍ଷ ପରେବି ପଡୁନି ସରକାରଙ୍କ ନଜର । ଦେଶ ସ୍ବାଧିନତାର ୭୫ ତମ ଅମୃତ ମହୋତ୍ସବ ପାଳନକରି, ଦେଶବାସୀ ଖୁସି ମନାଉଥିବା ବେଳେ, ଚାନ୍ଦବାଲି ଅଞ୍ଚଳର ଜଣେ ବନ କର୍ମଚାରୀ ନିଜର ଜୀବନ ଓ ଜୀବିକା ପାଇଁ ଦିର୍ଘ ୪୦ ବର୍ଷ ସମୟ ଚାକିରୀ କରିବା ପରେ ସରକାରୀ କର୍ମଚାରୀ ମାନ୍ୟତା ନପାଇବାରୁ ଏହି ପବିତ୍ର ଦିନରେ ସେ ଧାରଣାରେ ବସିଛନ୍ତି ।
ଚାକିରୀ ମାତ୍ର ଗୋଟିଏ ବର୍ଷ ଥିବା ବେଳେ ସେ ସରକାରଙ୍କ ନିକଟରୁ ନ୍ୟାୟ ନ ପାଇବାରୁ ନିଜର ହକ ପାଇଁ ଭଦ୍ରକ ବନ ବିଭାଗ କାର୍ଯ୍ୟାଳୟ ଅଗରେ ଧାରଣା ଦେଇଛନ୍ତି । ବନ କର୍ମଚାରୀ ନିରଜଂନ ସାମଲ ୧୯୮୩ ରେ ବନ ବିଭାଗର ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟକରିବା ପରେ ଏବେ ସେ ବୋଟ ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି ହେଲେ ଚାକିରୀ କାଳର ଶେଷ ସମୟ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ମନ୍ୟତା ମିଳିଲା ନାହିଁ ।
ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ଥାୟୀ ନିଯୁକ୍ତି ଘୋଷଣା କରାନଗଲେ ସେ ଧାରଣା ପରେ ଆମରଣ ଅନଶନ କରିବା ପାଇଁ ଚେତାବନି ଦେଇଛନ୍ତି।



