ମଦ୍ୟପ ଡ୍ରାଇଭରର ଉନ୍ମତ୍ତ କାଣ୍ଡ ୪ ଷଣ୍ଢଙ୍କୁ ମର୍ଡର…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଜଣେ ମଦୁଆ ଡ୍ରାଇଭର, ଚାନ୍ଦବାଲି ଭଦ୍ରକ ମୁଖ୍ୟ ରାସ୍ତାରେ ୪ଟି ଷଣ୍ଢକୁ ଧକ୍କା ଦେଇ ଜୀବନ ରୁ ମାରିଦେଇଥିବା ଜଣାପଡିଛି। ଟ୍ରକ ଚାଳକ ହେଉଛନ୍ତି ଚାନ୍ଦବାଲି ବ୍ଲକ ଅଧିନସ୍ଥ ଧାମରା କରଞ୍ଜ ମାଳ ପଞ୍ଚାୟତ ର ଅରୁଣ କୁମାର ମଣ୍ଡଳ, ଧାମରାରୁ ଗହମ ବୋଝେଇ କରି ଦଶଚକିଆ ଟ୍ରକଟି(ଓଆର-୦୯-ଏଲ-୬୬୭୪) କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ସମୟରେ ପିରହାଟ ଓ କମାରିଆ ନିକଟରେ ରାସ୍ତା ରେ ସୋଇଥିବା ଷଣ୍ଢ ଗୁଡିକୁ ଗାଡି ମଡାଇ ଜୀବନରୁ ମାରିଦେଇଥିବା କଥା ସ୍ଥାନୀୟ ଲୋକମାନେ ଦେଖିବାପରେ ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକଟି ରହିନଥିଲା ଦୃତଗତିରେ ଗାଡିଆଣି ପିରହାଟ ବଜାରରେ ବାଇକ ମଧ୍ୟ ଭାଙ୍ଗି ଥିବାର ସ୍ଥାନୀୟ ଲୋକମାନେ କହିଛନ୍ତି।

ସବୁର ମୂଳ ହେଉଛି ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡି ଚଳାଉଥିଲା ବୋଲି ଶ୍ରୀ ମଣ୍ଡଳ ନିଜେ ମାନିଛନ୍ତି। ପରେ ମତୋ ବଜାରରେ ଲୋକମାନେ ଗାଡିଟିକୁ ଅଟକାଇ ମତୋ ଫାଣ୍ଡି କୁ ହସ୍ତାନ୍ତର କରିଛନ୍ତି ଡ୍ରାଇଭର ଜଣକୁ ମତୋ ଫାଣ୍ଡି ପୋଲିସ ଅଟକ ରଖିଛି। ଫାଣ୍ଡି ପରିସରରେ କିଛିସମୟ ପାଇଁ ଚାପଉତେଜନା ଦେଖାଯାଇଥିଲା , ଏଥି ପାଇଁ ପୋଲିସ ନାକେ ଦମ ହୋଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ,୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି ...

Fri Aug 19 , 2022
ଭୁବନେଶ୍ଵର(ବାସ୍ତବବ୍ୟୁରୋ): ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ ।ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାଇ,ବାତ୍ୟାର ସମ୍ଭାବନା ନାହିଁ ।ହେଲେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ଏହି ୪ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ପ୍ରବଳ ବର୍ଷା ନେଇ […]

You May Like

Pin It on Pinterest