ସଂଦେହ ଘେରରେ ରାଜକନିକାର କଣ୍ଟପଡା ଗ୍ରାମ ପଂଚାୟତରେ, ରସି ଲଗାଇ ଯୁବକର ମୃତ୍ୟୁ ଘଟଣା….


କାର୍ତିକ କୁମାର ବେହେରା(ଆଳି):ଗତ ୧୯ ତାରିଖ (ଶୁକ୍ରବାର) ଅପରାହ୍ନ ପ୍ରାୟ ତିନିଟା ସମୟରେ ଏକ ଯୁବକ ଫାସୀ ଦେଇ ଆତ୍ମହତ୍ୟା କରିଥିବା ଘଟଣା ଏବେ ସଂଦେହ ଘେରରେ ।ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ଅଧୀନ କଣ୍ଟପଡା ଗ୍ରାମ ପଂଚାୟତର ଚନ୍ଦନ ପୋଖରୀ ଛକ ନିକଟର, ରାଉଳିଆରୁ ଉଠି ଆସି ଦୀର୍ଘ ଦିନ ହେବ ବସବାସ କରୁଥିବା ଆଦିଙ୍କନ୍ଦ ସ୍ବାଇଁଙ୍କ ପରିବାର ।ସ୍ବାଇଁଙ୍କର ୩ଟି ପୁଅ ଓ ଗୋଟିଏ ଝିଅ । ତାଙ୍କର ବଡ଼ପୁଅ ଅଭୟ କୁମାର ସ୍ବାଇଁଙ୍କ ବୟସ ପ୍ରାୟ ୩୪ ବର୍ଷ, ସେ ତାଙ୍କର ଉପରତାଲାରେ, ଯେଉଁଠାରେ କି କେହି ଚଳ ପ୍ରଚଳହେଉନଥଲେ, ସେହି କୋଉଠିରିର ଫ୍ୟାନ ହୁକରେ ରସିଲଗାଇ ମୃତ୍ୟୁ ବରଣ କରିଛନ୍ତି ।

ମଧ୍ୟାହ୍ନ ଭୋଜନ ସମୟରେ ଅଭୟକୁ ନପାଇ ତାଙ୍କୁ ଅନେକ ଆଡ଼େ ଖୋଜା ଖୋଜି କରି ଶେଷରେ ସେହି କୋଉଠିରି ଦେଖି ତାଙ୍କର ମାଙ୍କର ହୋସ ଉଡି ଯାଇଥିଲା ।ସେ ସାଙ୍ଗେ ସାଙ୍ଗେ ପୋଲିସକୁ ଖବର କରିଥିଲେ,ବିଳମ୍ୱତ ରାତି ହେତୁ ସକାଳୁ ସକାଳୁ ଥାନା ଅଧିକାରି ବିଲ ମଙ୍ଗଳ ସେଠି,ଏଏସ ଆଇ ଆଲୋକ କୁମାର ରଥଙ୍କୁ ପଠାଇ ଶବକୁ ଜବତ କରିବା ସହିତ ତାର ପାରି ପାର୍ଶକଅବସ୍ଥାକୁ ଗୁରୁତର ସହ ବିଚାର କୁ ନେଇ ପରିବାରର ସଦସ୍ୟ ସଦାସ୍ୟା ମାନଙ୍କୁ ପଚରା ଉଚରା କରିବା ପରେ ଶବ ବ୍ୟବଛେଦ ନିମନ୍ତେ ପଠାଇବାର ଵେବସ୍ତା କରିଥିଲେ ।ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ପାଖ ପଡୋଶୀଙ୍କ କହିବା କଥା,ଯଦି ପ୍ରକୃଏବଂ ସଠିକ ତଦନ୍ତ କରା ଯାଏ, ତେବେ ପ୍ରକୃତ ସତ୍ୟ ପଦାକୁ ଆସିବ ।

ଅଭୟ ବିବାହିତ ତାଙ୍କର ଗୋଟିଏ ୯ବର୍ଷର ଝିଅ ଏବଂ ୪ବର୍ଷର ପୁତ୍ର ସନ୍ତାନ ଅଛନ୍ତି ।ପିଲା ଦୁଇଟି ବାପାକୁ ହରାଇ ଅନାଥ ହେବା ସହିତ ଡ଼ହଳ ବିକଳରେ ଖାଲି ଚାହିଁ ରହୁଛନ୍ତି ।ତାଙ୍କ ମୃତ୍ୟୁରେ ପରିବାରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, 🙏

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବରଗଡ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ରକ୍ତଦାନ ଶିବିର,୧୫୩ ୟୁନିଟ ରକ୍ତ ସଂଗ୍ରହ…

Sun Aug 21 , 2022
ନବୀନ ଦାଶ(ଅତାବିରା):ବରଗଡ଼ ଜିଲ୍ଲା ଭେଡେନ ପୋଲିସ ପକ୍ଷରୁ ଥାନା ଭାରପ୍ରାପ୍ତ ଅଧିକାରୀ ସଙ୍ଗୀତା ମହାପାତ୍ର ଙ୍କ ସଂଯୋଜନା କ୍ରମେ ସୂର୍ଯ୍ୟ ମଣି ଜନତା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମର୍ ସ୍ମିତ୍ ଉଦ୍ଘାଟନ କରି ଥିବାବେଳେ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ୬୧ ଓ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ୯୨,ସର୍ବ […]

You May Like

Pin It on Pinterest