ଶ୍ରୀଗଣେଶ ମହୋତ୍ସବ ପାଇଁ କଟକ-ଭୁବନେଶ୍ୱର ଦ୍ବୈତ୍ଯନଗରୀ ଗଣେଶମ ହୋତ୍ସବ କମିଟି ପକ୍ଷରୁ ଶୁଭ ସ୍ତମ୍ଭ ସ୍ଥାପନ…

ସଂଜୟ ସତପଥୀ(କଟକ): ଆସନ୍ତା ଶ୍ରୀଗଣେଶ ପୂଜା ଉପଲକ୍ଷେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହାସମାରୋହରେ ଏହି ଉତ୍ସବ ପାଳନ କରିବାର ସଙ୍କଳ୍ପ ନେଇ ଆଜି କଟକର ପ୍ରସିଦ୍ଧ ବାଲିଯାତ୍ରା ପଡିଆରେ କଟକ-ଭୁବନେଶ୍ବର ଦ୍ବୈତ୍ଯନଗରୀ ଗଣେଶ ମହୋତ୍ସବ କମିଟି ପକ୍ଷରୁ ପୁର୍ବତନ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ବାରା ପଣ୍ଡିତମାନଙ୍କ ମନ୍ତ୍ରୋଚାରଣ ଓ ବେଦଧ୍ଵନି ମଧ୍ଯରେ ଭୂମି ପୂଜନ ଓ ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ମହାସମାରୋହରେ ସମାପନ ହୋଇଯାଇଛି।

ଦ୍ବୈତ୍ଯନଗରୀ କୁ ଏକାଠି କରିବାର ସ୍ବପ୍ନକୁ ସାକାର କରିବାର ପରିକଳ୍ପନା ରେ ଗଠିତ ଏହି ଦ୍ବୈତ୍ଯନଗରୀ ଗଣେଶ ମହୋତ୍ସବ କମିଟି-୨୦୨୨ ର ଅଧ୍ଯକ୍ଷ ଶ୍ରୀ ସରୋଜ ସିଂ ଏହି ଶୁଭକାର୍ଯ୍ୟରେ ଅଧ୍ଯକ୍ଷତା କରି ଭୂମି ପୂଜନ ଓ ଶୁଭ ସ୍ତମ୍ଭ ସ୍ଥାପନ ରେ ମୂଖ୍ୟ ଅତିଥୂଙ୍କ ସହ ଯୋଗଦେଇ କଟକ-ଭୁବନେଶ୍ବର କୁ ଏକାଠି ଦେଖିବାର ନିଷ୍ପତ୍ତି ଏହି ମହୋତ୍ସବ ର ମୂଳଲକ୍ଷ୍ୟ ବୋଲି ପ୍ରକାଶ କରିଥୂଲେ।

ଏହି ପବିତ୍ର କାର୍ଯ୍ୟକ୍ରମ ରେ କମିଟିର ବହୁ ସଦସ୍ଯ ଯୋଗଦେଇ ଥୂଲେ। ଅବଶେଷରେ ଯୁଗ୍ମ-ସମ୍ପାଦକ ଶ୍ରୀ ପ୍ରଦୀପ କୁମାର କାଣ୍ଡି ଧନ୍ଯବାଦ ଅର୍ପଣ କରିଥୂଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶୀବିର...

Wed Aug 24 , 2022
ଚାନ୍ଦବାଲି(ଦେବକାନ୍ତ ମହାନ୍ତି):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ଯାଳୟ ପରିଶରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ଯ ଶୀବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମଆରସିଏଫ ର ୧୧୫ଜଣ,ଇଏନଟି ର ୮୯ଜଣ,ଭିଜୁଆଲ ର ୭୨ଜଣ,ଲୋକାଲମଟର ର ୧୬୮ଜଣଙ୍କୁ ମିଶାଇ ମୋଟ ୪୪୪ଜଣ ପଞ୍ଜୀକ୍ରୁତ ହୋଇଥିବା ଜଣାପଡିଛି ।ଏମାନଙ୍କ ମଧ୍ଯରୁ ମୋଟ ୩୯୪ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଏସଏସଓ ସୁରେନ୍ଦ୍ର ଗମାଙ୍ଗ,ବିଏସଏସଓ ବିଶ୍ବରଞ୍ଜନ […]

You May Like

Pin It on Pinterest