ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶୀବିର…

ଚାନ୍ଦବାଲି(ଦେବକାନ୍ତ ମହାନ୍ତି):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ଯାଳୟ ପରିଶରରେ ବ୍ଲକ ସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ଯ ଶୀବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମଆରସିଏଫ ର ୧୧୫ଜଣ,ଇଏନଟି ର ୮୯ଜଣ,ଭିଜୁଆଲ ର ୭୨ଜଣ,ଲୋକାଲମଟର ର ୧୬୮ଜଣଙ୍କୁ ମିଶାଇ ମୋଟ ୪୪୪ଜଣ ପଞ୍ଜୀକ୍ରୁତ ହୋଇଥିବା ଜଣାପଡିଛି ।ଏମାନଙ୍କ ମଧ୍ଯରୁ ମୋଟ ୩୯୪ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିବା ଜଣାପଡିଛି।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଡିଏସଏସଓ ସୁରେନ୍ଦ୍ର ଗମାଙ୍ଗ,ବିଏସଏସଓ ବିଶ୍ବରଞ୍ଜନ ପ୍ରଧାନ,ଏସଏସଏସ ସୁବାଷ ଚନ୍ଦ୍ର ନାୟକ,ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ,ବିପିଏମ ଷ୍ଟାର୍ଲିନ ନାୟକ,ପିଇଏ ମାନସ ରଞ୍ଜନ ନାୟକ,ବିଆରଟି ସୂର୍ଯ୍ଯକାନ୍ତ ମହାନ୍ତି ଓ ମଞ୍ଜୁଳା ପଟ୍ଟନାୟକ, ଜୁନିୟର ଆସିଷ୍ଟାଣ୍ଟ ସଂଘମିତ୍ରା ରାଉତ,ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ଚିତ୍ତରଞ୍ଜନ ସୂତାର,ଜିଲ୍ଲାପରିଷଦ ସଭ୍ଯ ରଞ୍ଜନ ସାହୁ,ମତୋ ସରପଞ୍ଚଙ୍କ ପ୍ରତିନିଧି ପ୍ରଦ୍ବୀପ ପଲ୍ଲାଇ,ବାନାମ୍ବର ନାୟକ,ଦେବାସିଶ ରାଉତ,ସୁକାନ୍ତ ସାମଲ, ବସନ୍ତ ସାହୁ ଓ ମତୋ ପଞ୍ଚାୟତ ର ବହୁ ଜୁବ ସ୍ବାଛେସେବି ଉପସ୍ଥିତ ରହି ଉକ୍ତ ଶିବିରଟି କୁ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଲସ୍ତଲା ସୁନା ଦୋକାନ ଓ ଟାଙ୍ଗର ପାଲି ସ୍କୁଲ ର ଚୋରୀ ସାମଗ୍ରୀ ଉଦ୍ଧାର,୪କୋର୍ଟ ଚାଲାଣ…

Thu Aug 25 , 2022
ବରଗଡ଼୨୫/୮(ନବୀନ ଦାଶ ବାସ୍ତବ ଟିଭି):ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୧୪ ତାରିଖ ଦିନ ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲସ୍ତଲା ର ଅନିଲ ସରାଫ ଙ୍କ ସୁନା ଗହଣା ଦୋକାନରୁ ରାତିରେ ସିନ୍ଧି ଫୋଡ଼ି ଚୋରୀ ହୋଇଥିବା ଦୋକାନ ମାଲିକ ଲିଖିତ ଅଭିଯୋଗ ଅତାବିରା ଥାନାରେ ଦେଇଥିଲେ।ଏହା ପରେ ଖରମୁଣ୍ଡା ସ୍କୁଲ୍ ରୁ ଚାଉଳ ସହ ଗ୍ୟାସ ସିଲିଣ୍ଡର ଓ ଗ୍ୟାସ ଚୁଲା ମଧ୍ୟ ଚୋରି ଅଭିଯୋଗ […]

You May Like

Pin It on Pinterest