ଭୁବନେଶ୍ୱର(ବସ୍ତବ ଟିଭି):ବଦଳୁଛି ଦାମଙ୍କ ବୟାନ । ଘନ ଘନ ବଦଳାଉଛନ୍ତି ନିଜର ପ୍ରତିକ୍ରିୟା । ଏଇ ମାତ୍ର କିଛି ମାସ ବା ଦିନର କଥା ଯେବେ ବିଜେଡ଼ିରୁ ତଡ଼ା ଖାଇ ଘରକୁ ଫେରିଥିଲେ ଦାମ । ସେତେବେଳେ କେବଳ ଦାମଙ୍କ ବାଣରେ କମ୍ପୁଥିଲା ସାରା ବିଜେଡି ଶିବିର । ବିଜେଡିର ସମସ୍ତ ଗୁମରକୁ ପଦାରେ ପକାଇବା ସହ ଟାର୍ଗେଟ୍ ଯେମିତି କରିଥିଲେ ବିଜେଡିର ସୁପ୍ରିମୋ ନବୀନଙ୍କୁୁ । ଖାଲି ନବୀନ କାହିଁକି? ବିଜେଡ଼ିଦଳର ଅନ୍ୟ ନେତା ବି ତାଙ୍କର ଟାର୍ଗେଟରେ ରହିଥିଲେ । ସତ କହିବାକୁ ଗଲେ ଦଳ ଛାଡିବା ପରେ ଦାମ ଯେମିତି ବିଜେଡି ପାଇଁ ଗୋଟେ ବୁମେରାଙ୍ଗ ପାଲଟିଯାଇଥିଲେ । ତାଙ୍କ ପାଟିରୁ ବାହାରୁଥିବା ପ୍ରତ୍ୟକ ଶବ୍ଦ ଯେମିତି ବିଜେଡି ପାଇଁ ଏକ ସମସ୍ୟା ପାଲଟିଥିଲା । ଠିକ୍ ସେତିକି ବେଳେ ଦାମଙ୍କ ସହ ବୈଜୟନ୍ତ ଶ୍ୱର ମିଳାଇଥିବା ଦେଖିବାକୁ ମିଳିଥିଲା ।

ଦାମଙ୍କର ପ୍ରତ୍ୟେକ କଥାକୁ ବୈଜୟନ୍ତ ସମର୍ଥନ କରୁଥିବା ସହ ନବୀନ ଓ ନବୀନଙ୍କ ଅନୁଗତ, ମନ୍ତ୍ରୀଙ୍କୁ କିଛି ସୁତୁଲି ବୋମା ଫୋପାଡ଼ି ବା ମଧ୍ୟ ଦେଖିବାକୁ ମିଳିଥିଲା । ବୈଜୟନ୍ତଙ୍କ ସେହି ସୁତୁଲି ବୋମାରେ ବିଜେଡିରେ କମ୍ପନ ସୃଷ୍ଟି ହେଉନଥିଲା ସତ ହେଲେ ଦାମଙ୍କୁ ବିଜେଡିକୁ ଟାର୍ଗେଟ୍ କରିବାକୁ ଆହୁରି ଖୋରାକ୍ ଯୋଗାଉଥିବା ଦେଖିବାକୁ ମିଳିଥିଲା । ପରୋକ୍ଷରେ କହିବାକୁ ଗଲେ ଦାମ ଓ ବୈଜୟନ୍ତଙ୍କର ଏକ ଶ୍ୱର ଦେଖିବାକୁ ମିଳିଥିଲା । ଏବେ ଏବେ ବୈଜୟନ୍ତ ବିଜେପିରେ ମିଶିବା ପରେ ମାତ୍ର ୪ଦିନର ବ୍ୟବଧାନରେ ତାଙ୍କୁ ମିଳିଥିବା ଗୁରୁ ଦାୟୀତ୍ୱକୁ ଦେଖି ବୋଧହୁଏ ଦାମଙ୍କ ଚୋଉକି ଭୋକ ଆହୁରି ବଢ଼ିଯାଇଛି । ବଜେଡ଼ିରୁ ତଡ଼ା ଖାଇବା ପରେ ଯେଉଁ ଦାମ ବାବୁ ବିଜୁବାବୁଙ୍କ ଆଦର୍ଶ ଓ ଅନୁଗତ ବୋଲି କହିବା ସହ ନିଜେ ଏକ ବିଜୁ ବାବୁଙ୍କ ନାଁରେ ଦଳ ଗଢ଼ିଥିଲେ । ହୁଏତ ସେହି ଦଳର କାୟାବିସ୍ତାର ହୋଇପାରିନଥିବାରୁ ଦାମ ବାବୁ ବିଜୁଙ୍କ ଆଦର୍ଶ ଭୁଲିଯିବା ସହ ନାମବି ଭୁଲିଗଲେ । କାରଣ ଦାମଙ୍କ ମନ୍ତବ୍ୟ ବଦଳିବା ସହ ବଦଲିଛି ଦାମଙ୍କ ଦଳୀୟ ଭାବନା, ନା ଆଉ ବିଜୁ ବାବୁଙ୍କ ନାମକୁ ଦଳରେ ଖୋଜୁଚନ୍ତି ନା ବିଜୁଙ୍କ କଥା ଆଉ ମୁହଁରେ ରହିଛି ଖାଲି ରହିଛି ଯଦି କେବଳ ବିଜେପି ଓ ପାରାଦୀପରେ ପଦ୍ମ ଫୁଟାଇବାର ଭାବନା । ଅର୍ଥାତ ଲୁଣି ପାଣିରେ ପଦ୍ମ ଫୁଟାଇବାକୁ ପ୍ରୟାସ କରୁଛନ୍ତି ଡ଼ା ଦାମ ରାଉତ ।



