
ପ୍ରମୋଦ ନାୟକ(ଭୁବନେଶ୍ବର): ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି। ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ୧୯୯୫ ବ୍ୟାଚ୍ ଆଇଏଏସ ସୁଶୀଲ କୁମାର ଲୋହାନୀଙ୍କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।ଏଥିସହ ତାଙ୍କ ପାଖରେ ଅବାକାରୀ ବିଭାଗର ସଚିବ ପଦ ରହିଥିବା ବେଳେ, ଶ୍ରୀ ଲୋହାନୀ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି।
୧୯୯୩ ବ୍ୟାଚ୍ ଆଇଏଏସ ତଥା ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଞ୍ଜନ ସିଂହଙ୍କୁ ରାଜ୍ୟ ସରକାର ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ୧୯୯୭ ବ୍ୟାଚ୍ ଆଇଏଏସ୍ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଅତିରିକ୍ତ ଭାବେ ବାଣିଜ୍ୟ କର ଓ ଜିଏସ୍ଟି କମିସନ ଭାବେ ଦାୟିତ୍ୱ ମିଳିଛି। ଏଥି ସହିତ ଶ୍ରୀ ସିଂହ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ, ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଦେଶ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ରହିବେ ।