ବାଲ୍ୟ ବିବାହ, ଶିଶୁ ଓ ମହିଳା ବିରୋଧି ଅପରାଧସଚେତନତା ରଥର ଶୁଭାରମ୍ଭ, ୫ ଦିନ ଧରି ବୁଲିବ ଜିଲ୍ଲାର ବିଭିନ୍ନ ବ୍ଲକ

ଖୋର୍ଦ୍ଧା(ବାସ୍ତବବ୍ୟୁରୋ) ତା.୩୦.୦୮.୨୦୨୨- ସଚେତନତା ଅଭାବରୁ ଆଜି ମଧ୍ୟ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ବଞ୍ଚି ରହିଛି । ପିତାମାତା ଏବଂ ସମ୍ପର୍କୀୟ ମାନେ କେତେବେଳେ ପରମ୍ପରା ନାମରେ ତ ପୁଣି କେତେବେଳେ ଦାରିଦ୍ର୍ୟତା କାରଣରୁ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନରେ ବାନ୍ଧିଦେଇ ସେମାନଙ୍କୁ ଅକାଳ ମୃତ୍ୟୁ ମୁଖକୁ ଠେଲି ଦେଉଛନ୍ତି ।

ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ବ ଲାଭ କରି ଅକାଳରେ ଝଡି ଯାଉଛନ୍ତି ଅନେକ କିଶୋରୀ ବାଳିକା । ଜିଲ୍ଲାରେ ଏଭଳି କୁଶ୍ଚିତ ପ୍ରଥାର ବିଲୋପ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା ଭ୍ରାମ୍ୟମାଣ ରଥର ଶୁଭାରମ୍ଭ ହୋଇଛି ।

ଏହି ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ସବୁଜ ପତାକା ଦେଖାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୁଭାରମ୍ଭ କରିଥିଲେ ।ବାଲ୍ୟ ବିବାହକୁ ନା ସ୍କୁଲ ଯିବାକୁ ହଁ କହିବା, ବାଲ୍ୟ ବିବାହ ବନ୍ଦ କରିବା, ଲିଙ୍ଗଗତ ଭେଦଭାବ ଦୂର କରିବା, ଶିଶୁ ଅଧିକାର ସୁରକ୍ଷା, ଶିଶୁ ଚାଲାଣ ରୋକିବା, ମହିଳା ହିଂସା ରୋକିବା ବାର୍ତ୍ତା ବହନ କରି ଏହି ସଚେତନତା ରଥ ୫ ଦିନ ଧରି ଜିଲ୍ଲାର ୧୦ଟି ବ୍ଲକ ସହିତ ବିଭିନ୍ନ ସହର ପରିକ୍ରମା କରିବ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ପାଢୀ, ଉପ ଜିଲ୍ଲାପାଳ ଶ୍ରୀ ଗୌରବ ଶିବାଜୀ ଇସଲୱାର, ଶ୍ରୀ ଆପଦକାଳୀନ ଅଧିକାରୀ ଶ୍ରୀମତୀ ଉର୍ମିପ୍ରଭା ମହାରଣା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣିଶ୍ରୀ ପଟ୍ଟନାୟକ, ପ୍ରକଳ୍ପ ଅଧିକାରୀ ଶିଖା ରାୟ ପୋଦ୍ଦାର,ପରାମର୍ଶଦାତା ଶ୍ରୀମତୀ ଶ୍ବାତୀ ତନ୍ମୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ସିଡିପିଓ, ସୁପରଭାଇଜର, ଅଙ୍ଗନୱାଡି କର୍ମୀ, କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସେକ୍ସ୍ କରିବା ପୂର୍ବରୁ ଆଧାର ଏବଂ ପାନ୍ କାର୍ଡ ଦେଖିବାର ଆବଶ୍ୟକତା ନାହିଁ, ହାଇକୋର୍ଟ କାହିଁକି ଏପରି କହିଲେ ?

Wed Aug 31 , 2022
ଏସ୍.ବାସ୍ତବ: ସମ୍ଭାବ୍ୟ ହନିଟ୍ରାପ୍ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ସହମତି ଭିତ୍ତିରେ ସେକ୍ସ ସମୟରେ ପାର୍ଟନରଙ୍କ ଜନ୍ମ ତାରିଖ ଯାଞ୍ଚ କରିବା ପାଇଁ ଆଧାର ଏବଂ ପ୍ୟାନ କାର୍ଡକୁ ଦେଖିବା ଆବଶ୍ୟକ ନାହିଁ। ବଳାତ୍କାର ମାମଲା ରୁଜୁ କରି ଟଙ୍କା ଲୁଟି ନେଇଥିବା ‘ପୀଡିତା’ ମହିଳା ଜଣକ ଅଭ୍ୟାସଗତ ଅପରାଧୀ କି ନାହିଁ ତାହା ଅନୁସନ୍ଧାନ କରିବାକୁ କୋର୍ଟ ପୋଲିସ ମୁଖ୍ୟଙ୍କୁ […]

You May Like

Pin It on Pinterest