ସାବଧାନ୍! ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଧ ହୋଇଯାଇ ପାରେ…

ରାସ୍ତାରେ ବିନା ହେଲ୍‌ମେଟ୍ ଚାଳକଙ୍କ ବିରୋଧରେ ରାଜ୍ୟ ପରିବହନ ବିଭାଗ ତରଫରୁ ଗତ ଦୁଇ ସପ୍ତାହ ହେବ ଚାଲିଥିବା ସ୍ବତନ୍ତ୍ର ଅଭିଯାନକୁ ସଫଳତା ମିଳିଛି।

ବାସ୍ତବବ୍ୟୁରୋ:ଏହି ଦୁଇ ସପ୍ତାହ ମଧ୍ୟ‌ରେ ୨୪ ହଜାର ୪୭୪ ଗାଡ଼ିର ଚାଲାଣ ଜାରି କରାଯାଇଥିବା ବେଳେ ବିନା ହେଲ୍‌ମେଟରେ ଗାଡ଼ି ଚଳାଉଥିବା ମୋଟ୍‌ ୧୨ ହଜାର ୫୪୫ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଛି। ସେହିଭଳି ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା ପାଇଁ ମୋଟ ୮୮୮ଟି ଗାଡ଼ି ଜବତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନ୍‌ଫୋର୍ସମେଣ୍ଟ୍ ଟିମ୍ ଦ୍ବାରା ଏହି ଦୁଇ ସପ୍ତାହରେ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ସଂଗ୍ରହ କରାଯାଇଥିବା ନେଇ ପରିବହନ ବିଭାଗ ସୂଚନା ଦେଇଛି ।

ଏ ସମ୍ପର୍କରେ ପରିବହନ, ଏନଫୋର୍ସମେଣ୍ଟ୍ ଏବଂ ସଡ଼କ ସୁରକ୍ଷା ଅତିରିକ୍ତ କମିସନର ଲାଲମୋହନ ସେଠୀ କହିଛନ୍ତି, “ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଚାଳକମାନଙ୍କ ମଧ୍ୟରେ ସଡ଼କ ଦୁର୍ଘଟଣା ସଂପର୍କରେ ସଚେତତନା ସୃଷ୍ଟି କରି ମୃତ୍ୟୁହାର ରୋକିବା। ଟ୍ରାଫିକ୍ ଏନ୍‌ଫୋର୍ସମେଣ୍ଟ୍ ଟିମ୍‌ର ଲଗାତାର ଚଢ଼ାଉ ଯୋଗୁଁ ଏବେ ସହରାଞ୍ଚଳରେ ଲୋକ ହେଲ୍‌ମେଟ୍ ବ୍ୟବହାର ବଢିଛି। ତେବେ, ରାଜପଥରେ ‌ହେଲମେଟ୍ ବ୍ୟବହାର କରୁ ନଥିବାରୁ ଦୁର୍ଘଟଣାରେ ଜୀବନ ହାନି ଘଟୁଛି।” ‌‌

ସେପ୍ଟେମ୍ବର ମାସ‌ରେ ଟ୍ରାଫିକ୍ ଏନ୍‌ଫୋର୍ସମେଣ୍ଟ୍ ଅଭିଯାନ ଆହୁରି ବୃଦ୍ଧି କରାଯିବ। ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ମୋଟରଯାଜନ ନିୟମ ଭାଙ୍ଗିବା ପାଇଁ ଶୂନ୍ୟ ସହନଶୀଳତା ରହିବ। ଏନ୍‌ଫୋର୍ସମେଣ୍ଟ୍‌ ଡ୍ରାଇଭ୍‌ରେ ମଦ୍ୟପ ମଦ୍ୟ ପାନ କରି ଗାଡି ଚାଳନା, ହେଲମେଟ୍ ଯାଞ୍ଚ୍, ସ୍କୁଲ ବସ୍ ଓ ଯାନବାହନ ଗୁଡିକର ଓଭରଲୋଡିଂ ସହିତ ଯାନର ଫିଟ୍‌ନେସ ଯାଞ୍ଚ କରାଯିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନିତୀଶଙ୍କ ହାତରୁ ଗଲେ ଆଉ ୫ ବିଧାୟକ ବିଜେପିରେ ହେଲେ ସାମିଲ...

Sat Sep 3 , 2022
ଏସ.ବାସ୍ତବ: ଶନିବାର(ଆଜି) ଦିନ ପାଟନାରେ ଅନୁଷ୍ଠିତ ହେବାକୁ ଥିବା ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ମଣିପୁରରେ ୬ ଜଣ ଜେଡିୟୁ ବିଧାୟକଙ୍କ ମଧ୍ୟରୁ ୫ ଜଣ ଦଳ ପରିବର୍ତ୍ତନ କରିଛନ୍ତି। ସମସ୍ତେ ବିଜେପିରେ ଯୋଗ ଦେଇଛନ୍ତି। . ମଣିପୁର ବିଧାନସଭା ସଚିବାଳୟ ମଧ୍ୟ ଏହି ବିଧାୟକଙ୍କ ବିଜେପିରେ ଯୋଗଦେବା ସମ୍ପର୍କରେ ସୂଚନା ଦେଇଛି। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ମଣିପୁର […]

You May Like

Pin It on Pinterest