ଆଜିର ଖାସ୍ ଖବର

୧-କରୋନା ମୁକାବିଲା ନିମନ୍ତେ ହାତ ଖୋଲିଲେ କେନ୍ଦ୍ର ସରକାର, ବାଣ୍ଟିଲେ 1ଲକ୍ଷ 76 ହଜାର କୋଟି ଟଙ୍କାର ବିଭିନ୍ନ ଯୋଜନା।

୨-ଓଡ଼ିଶାରେ ତୃତୀୟ କରୋନା ରୋଗୀ ଚିହ୍ନଟ : କର କ୍ଲିନିକ୍‌କୁ ନ ଯିବା ପାଇଁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ।

୩-୩ମାସ ଯାଏଁ ମାଗଣା ରନ୍ଧନ ଗ୍ୟାସ୍ ବଂଟନ ପାଇଁ ନିଷ୍ପତି ନେଲେ କେନ୍ଦ୍ର ସରକାର । ୮ କୋଟି ୩୦ ଲକ୍ଷ ବିପିଏଲ ପରିବାରକୁ ମିଳିବ ମାଗଣାରେ ଏଲପିଜି ସିଲିଣ୍ଡର।

୪-ଓଡ଼ିଶାରେ ଦେଶର ଦୁଇଟି ବୃହତ୍ ‘କୋଭିଡ ଡାକ୍ତରଖାନା’: ୧୦୦୦ ଶଯ୍ୟା, ସମ୍ ଏବଂ କିମ୍ସ ସହ ରାଜ୍ୟ ସରକାରଙ୍କ ତ୍ରୀପାକ୍ଷିକ ଚୁକ୍ତି ଓ ରାଜ୍ୟ ସରକାରଙ୍କ ସହ ସ୍ବାକ୍ଷର ହେଲା ଏମ୍‌ଓୟୁ।

୫- ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କ ସଂଖ୍ୟା ୮୪ ହଜାର ଛୁଇଁଲା।

୬-ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ସହାୟତା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି।ଓଡ଼ିଆଙ୍କ ସୁରକ୍ଷା ପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

୭-ବିଏମସିକୁ କରୋନା ଚିନ୍ତା । ସୋସିଆଲ ଡିଷ୍ଟାନ୍ସ ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ବିଏମସି ଦୋକାନ ଗୁଡିକୁ ସ୍ଥାନାନ୍ତର କରିବା ପାଇଁ ନେଇଛି ନିଷ୍ପତି।

୮-ଅତ୍ୟାବଶ୍ୟକ ବଜାର ସଉଦା ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ । ଲକଡାଉନ ସମୟରେ ରାତିରେ ବି ଖୋଲିପାରିବେ ଦୋକାନ !!

୯-୧୦୦ ବିଶୋଧନାଗାର ଓ ୫୦୦ରୁ ଅଧିକ କମ୍ପାନୀଙ୍କୁ ହାତଧୂଆ ବିଶୋଧକ ପ୍ରସ୍ତୁତି ପାଇଁ ଅନୁମତି।

୧୦-ଲକ୍‌ ଡାଉନ୍‌ ବେଳେ ରାଜପଥର ପ୍ରତି ୨୦ କିଲୋମିଟରରେ ଖୋଲିବ ଢାବା ଓ ଗ୍ୟାରେଜ୍‌।

୧୧-ଜୁନ ମାସ ଯାଏଁ ସ୍କୁଲ ଛୁଟି ସମ୍ଭାବନା। ପ୍ରଥମରୁ ୯ମ ଯାଏଁ ସବୁ ପାସ୍ କରିବେ।

୧୨-ଅତ୍ୟାବଶ୍ୟକ ସେବାରେ ସାମିଲ ହେଲା ଖବରକାଗଜ ବିତରଣ।

୧୩-ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦା ୨ଟି ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା । ୬ ଦଶମିକ ୨୬ ପ୍ରତିଶତ ସୁଧହାରରେ ଟଙ୍କା ଜମା ହେବ।

୧୪-୩୦ରେ ବସିବ ବିଧାନସଭା ଅଧିବେଶନ: ମାତ୍ର ଗୋଟେ ଦିନ ଚାଲିବ ଗୃହ।

୧୫-ବଦଳିବ ଶିକ୍ଷାବର୍ଷ କ୍ୟାଲେଣ୍ଡର।କେନ୍ଦ୍ରିୟ ବୋର୍ଡ ଗୁଡ଼ିକୁ MHRDର ନିର୍ଦ୍ଦେଶ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Mar 28 , 2020
୧-କମିବାର ନାଁ ନେଉନି କରୋନା: ସଂକ୍ରମିତ ସଂଖ୍ୟାରେ ଚୀନ୍‌କୁ ଟପିଲା ଆମେରିକା, ଇଟାଲୀରେ ମଡକ, ବିଶ୍ବରେ ମୃତ୍ୟୁ ସଂଖ୍ୟା ୨୪ ହଜାର ୮୭୫। ୨-ମୁଖ୍ୟମନ୍ତ୍ରୀଙ୍କ ୨୨ ଶହ କୋଟି ଟଙ୍କାର ପ୍ୟାକେଜ୍: ତିନି ମାସର ଆଗୁଆ ରାସନ, ବୃଦ୍ଧ- ବିଧବା, ଦିବ୍ୟାଙ୍ଗଙ୍କୁ ଭତ୍ତା ଓ ଶ୍ରମିକଙ୍କୁ ଆର୍ଥିକ ସହାୟତା। ୩-ବେଙ୍ଗାଲୁରୁ :୧୦ ମାସର ଶିଶୁ କରୋନା ସଂକ୍ରମିତ, କ୍ଵାରେଣ୍ଟାଇନରେ ଗୋଟିଏ ପରିବାରର ୬ ଜଣ। ୪-ଡ୍ରିମ୍ସ କ୍ୟାମ୍ପସରେ ଯୁଦ୍ଧକାଳୀନ ଭିତ୍ତିରେ […]

You May Like

Pin It on Pinterest