କେନାଲ ନାହିଁ ହେଲେ ୩୦ ବର୍ଷ ହେଲା ଜଳକର ସାଜିଛି ଶୋବଳା ଗାଁ ଚାଷୀଙ୍କ ଦୁଃଖ…

ରାକେଶ ମହାନ୍ତି(କେନ୍ଦ୍ରାପଡ଼ା): ୧୯୯୩ ମସିହାରେ ହେଲା ଚକବନ୍ଦୀ, ଚାଷଜମି କୁ ଜଳସେଚିତ ଜମି ରେ ପରିବର୍ତ୍ତନ କଲେ । ହେଲେ ୩୦ ବର୍ଷ ହେଲାଣି କେନାଲ ନାହିଁ । ହେଲେ ଜଳକର ଦେବାପାଇଁ ଆର ଆଇ ଙ୍କ ତାଗିଦ । ଦୀର୍ଘଦିନ ଧରି ନଦେବାରୁ ନୋଟିସ କରାଯାଉଛି କେନ୍ଦ୍ରାପଡା ତହସିଲ କାର୍ଯ୍ୟଳୟ ତରଫରୁ ।

ଜଳକର ସମସ୍ୟା ଙ୍କୁ ଗୋଗୁଆ ଆର ଆଇ ସର୍କଲ ଦୋବନ୍ଧା ରେଭେନ୍ୟୁ ର ସୋବଳା ଗାଁର ଚାଷୀମାନେ ଆଜି କେନ୍ଦ୍ରାପଡା ମୁନସିପାଲର୍ଟି ଟାଉନହଲ ରେ ମିଳିତ ଅଭିଯୋଗ ଶୁଣାଣି ସିବିରରେ ପହଞ୍ଚି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ କଞୁମର କୋର୍ଟ ର ଆଦେଶ ଓ କେନାଲ ନଥିବା ର ସମସ୍ତ କାଗଜପତ୍ର ଦେଖାଇଥିଲେ । କିପରି କେନାଲ ନ ଥାଇ ଜଳକର ବୋଝ ଲଦିଦିଆଯାଉଛି ସୋବଳା ଗ୍ରାମର ଚାଷୀଙ୍କ ଉପରେ ।

ବନ୍ୟା ବାତ୍ୟା ମରୁଡ଼ି ରେ ଚାଷ ନଷ୍ଟ ହୋଇ ସହାୟତା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବୋଝ ଉପରେ ନଳିତାବିଡା ସାଜିଛି ସରକାରଙ୍କ ଜଳକର । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମିଳିତ ତହସିଲଦାର ଙ୍କ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ମଧ୍ୟ ଦିଆଯାଇଛି । ହେଲେ ଗାଁଲୋକଙ୍କ ଜଳକର ସମସ୍ୟା ଏଯାବତ ସମାଧାନ ହୋଇପାରିନି । ଜଳକର ନ ଦେବାରୁ ଫନି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ର ସରକାରୀ ସହାୟତା ରୁ ବଞ୍ଚିତ ହେଉଛନ୍ତି ଗାଁର ଶହ ଶହ ଚାଷୀ । ଖାଲି ସେତିକି ନୁହେଁ ସ୍କୁଲ କଲେଜ ପିଲାଙ୍କ ବାସସ୍ଥାନ ଓ ଜାତିଗତ ପ୍ରମାଣପତ୍ର ନେବାପାଇଁ ମଧ୍ୟ ହଇରାଣ ହରକତ ହେଉଛନ୍ତି ।

ଜଳଯୋଗାଣ ବିଭାଗ ୧୫ ବର୍ଷ ହେବ ଗାଁଲୋକଙ୍କ ଜମିଦାନ ନେଇ କେନାଲ ଖୋଳୁଛି ଆଜି ପର୍ଯ୍ୟନ୍ତ କେନାଲ ଖୋଳା ସରିନଥିବା ବେଳେ ଜଳକର ଦେବାକୁ କୁ ଗାଁଲୋକ ସମର୍ଥ ନୁହନ୍ତି । ଏ ସମସ୍ତ ବିଷୟରେ ଜିଲ୍ଲାପାଳ ଶୁଣିବା ପରେ କାର୍ଯ୍ୟାନୁଷ୍ଠାନ ଶିଘ୍ର ନିଆଯିବ ବୋଲି କହିଛନ୍ତି ।ହେଲେ ସମୟ କହିବ ଅନେକ ଜିଲ୍ଲାପାଳ ଆସିଲେଣି ଗଲେଣି, ଦେଖାଯାଉ ବର୍ତ୍ତମାନର ଜିଲ୍ଲାପାଳ ମହୋଦୟଙ୍କ କାର୍ଯ୍ୟକାଳ ମଧ୍ଯରେ ଶୋବଳା ଚାଷୀଙ୍କ ଦୁଃଖ ଘୁଞ୍ଚିବ ନା ଆଉ ୩୦ ବର୍ଷ ଲାଗିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାରରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ନୂଆ ଘୋଷଣା....

Wed Sep 7 , 2022
ଏସ୍.ବାସ୍ତବ: ଏବେ କାରରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ,ଆଗ ସିଟ୍ ର ଯାତ୍ରୀଙ୍କ ପରି ପଛ ସିଟର ଯାତ୍ରୀମାନଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ବାଧ୍ୟତାମୂଳକ | ଯଦି ଆପଣ ଏହା ନକରନ୍ତି ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡିବ । ମଙ୍ଗଳବାର ଏକ ସାକ୍ଷାତକାରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହା ଘୋଷଣା କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ […]

You May Like

Pin It on Pinterest