କଟକ କ୍ଳବର ସୁଇମିଂ ପୁଲରେ ଅଘଟଣ ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ …

ସଞ୍ଜୟ ଶତପଥୀ(କଟକ) ୧୦/୦୯: କଟକ କ୍ଳବର ସୁଇମିଂ ପୁଲରେ ଅଘଟଣ । NCC କ୍ୟାମ୍ପ ପାଇଁ ଚାଲିଥିବା ସନ୍ତରଣ ପ୍ରଶିକ୍ଷଣ ବେଳେ ଜଣେ ଛାତ୍ରଙ୍କ ଜୀବନ ଚାଲିଯାଇଛି । ମୃତ ଛାତ୍ରଙ୍କ ନାଁ ସ୍ଵପ୍ନେଶ୍ୱର୍ ଦାସ । ସେ NSM ସିଟି କଲେଜର ଛାତ୍ର ହୋଇଥିବା ବେଳେ ତାଙ୍କ ଘର ରାଜାବଗିଚା ଅଞ୍ଚଳରେ ବୋଲି ସୂଚନା ମିଳିଛି । ତାଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲ୍‌ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିବା ସହ ପୋଷ୍ଟମଟମ ପାଇଁ ପଠା ଯାଇଛି ।

ସୂଚନା ଅନୁଯାଇ କଟକ କ୍ଲବ୍‌ରେ ଏନସିସି ନାଭାଲ ଓ୍ବିଙ୍ଗର ଟ୍ରେନିଂ ଚାଲିଥିଲା । ଏହି ସମୟରେ ଏପରି ଅଭାବନୀୟ ଘଟଣା ଘଟଥିଲା । ଏହାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ, ଟ୍ରେନ୍‌ରଙ୍କୁ ଛାତ୍ର ମାନେ ଅଟକ ରଖିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ ଆରାଧ୍ୟା ଦେବୀ ମା' କଟକ ଚଣ୍ଡୀଙ୍କ ଦର୍ଶନରୁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ କଟକ ଗସ୍ତର ଦ୍ଵିତୀୟ ଦିବସର ଶୁଭାରମ୍ଭ କଲେ...

Sat Sep 10 , 2022
ସଂଜୟ ଶତପଥୀ(କଟକ):କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ରାୟ ତାଙ୍କ କଟକ ଗସ୍ତର ଦ୍ଵିତୀୟ ଦିବସର ଶୁଭାରମ୍ଭ କରିଥିଲେ ସକାଳୁ କଟକ ଆରାଧ୍ୟା ଦେବୀ ମା କଟକ ଚଣ୍ଡୀଙ୍କ ଦର୍ଶନରୁ।ସେଠାରେ କଟକ ଭାଜପା ମହିଳାମୋର୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର ଓ ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସଙ୍କ ନେତୃତ୍ୱରେ ମହିଳା ମାନେ ସ୍ୱାଗତକରି ମନ୍ଦିର ଦର୍ଶନ କରାଇଥିଲେ।ଏହାପରେ ସେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମୀଧର ପ୍ରଧାନ, […]

You May Like

Pin It on Pinterest