
ସଞ୍ଜୟ ଶତପଥୀ(କଟକ):ନକଲି ଔଷଧ କାରବାର ମାମଲାରେ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ । ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା କରାଯିବ । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । କଟକ ଡିସିପି ସୂଚନା ଅନୁଯାଇ, ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ ।
କଟକରେ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ଜଣାପଡିବା ପରେ ଡ୍ରଗ୍ଧ କଣ୍ଟ୍ରୋଲର ଅଫିସର ଅଧିକାରୀମାନେ ଏ ନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି । ନକଲି ଔଷଧକୁ ବଜାରକୁ କେମିତି ଆସିଲା, ତାର ଚେର ଖୋଜିବା ପାଇଁ ପୁଲିସ୍ ଟିମ୍ ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି । ସେହିପରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଟକ ମେଡିସିନ ବିକ୍ରେତା ସଂଘ ଦାବି କରିଛି । ଅପରପକ୍ଷରେ ଡାକ୍ତର କହିଛନ୍ତି ଯେ, ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଖାଇଲେ କିଡନୀ ଓ ହାର୍ଟ ସମସ୍ୟା ଦେଖା ଦେବାର ଆଶଙ୍କା ଅଧିକ ରହିଛି |



