
କଟକ(ବାସ୍ତବବ୍ୟୁରୋ): ଓଡିଶାର ପ୍ରତିଷ୍ଠିତ ତଥା ରାଜ୍ୟର ସର୍ବ ପୁରାତନ ଦେଶର ଖ୍ୟାତନାମା ବିଶ୍ଵବିଦ୍ୟାଳୟ ରେଭେନ୍ସା ବିଶ୍ୱବିଦ୍ୟାଳୟର ୨୦୨୧ ପରୀକ୍ଷାରେ କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ବିଭିନ୍ନ ବିଭାଗର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଛାତ୍ରୀଙ୍କୁ ପଦକ ବିତରଣ ଉତ୍ସବ ପାଳିତ ହୋଇଯାଇଛି ।
ଏହି ପରିପେକ୍ଷୀର ସ୍ନାତକ କଳା(ଦର୍ଶନ) -୨୦୨୧ପରୀକ୍ଷା ରେ ଦର୍ଶନଶାସ୍ତ୍ର ବିଭାଗରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ସୁଶ୍ରୀ ବର୍ଷା ବୈଶାଳୀ ଙ୍କୁ ରେଭେନ୍ସା ବିଶ୍ବବିଦ୍ୟାଳୟର ପକ୍ଷରୁ ସ୍ୱର୍ଣ୍ଣ ପଦକ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି। ଏଥିସହ ବିଶ୍ୱବିଦ୍ୟାଳୟର କୁଳପତି ,ଅଧ୍ଯାପକ,ଅଧ୍ଯାପୀକା ଙ୍କ ସହ ସହପାଠୀ , ସୁଶ୍ରୀ ବର୍ଷା ବୈଶାଳୀ କୁ ଶୁଭେଛା ଜଣାଇଛନ୍ତି । ସୁଶ୍ରୀ ବର୍ଷା ବୈଶାଳୀ କଟକର ଶିଶୁ ଭାରତୀ ହାଇସ୍କୁଲରେ ପ୍ରାଥମିକ ଶିକ୍ଷା ଓ ପରେପରେ କଟକର ଖ୍ୟାତନାମା ବିଦ୍ୟାଳୟ ରେଭେନ୍ସା କଲିଜିଏଟ୍ ସ୍କୁଲ ରେ ଶିକ୍ଷାଲାଭ କରିଥିଲେ।
ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ଭାବେ ବହୁ ଅନୁଷ୍ଠାନ ପକ୍ଷରୁ ପ୍ରଶଂସିତ ତଥା ସମ୍ମାନୀତ ହୋଇଛନ୍ତି। ସୁଶ୍ରୀ ବର୍ଷା ବୈଶାଳୀ କଟକର ଟାଉନ୍ ହଲ୍ ରୋଡ଼ ର ସମାଜସେବୀ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ଶ୍ରୀ ସଞ୍ଜୟ କୁମାର ଶତପଥୀ ଓ କଟକ ଗୋଷ୍ଠୀ ଶିକ୍ଷା ଅଧୀକାରୀ ଙ୍କ କାର୍ଯ୍ୟାଳୟର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ବିଭାଷିନୀ ମିଶ୍ର ଙ୍କ ସୁପୁତ୍ରୀ, ତଥା ଓଡିଶା ପୋଲିସ୍ ମହାନର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ ହିସାବ ସମୀକ୍ଷକ ତଥା କଟକ ଫୁଲନଖରାସ୍ଥିତ ମା’ସିଦ୍ଧିଦାତ୍ରୀ ଦୁର୍ଗା ମନ୍ଦିରର ପ୍ରତିଷ୍ଠାତା ସ୍ୱର୍ଗତଃ ବିଜୟ କୁମାର ଶତପଥୀ ଙ୍କ ଝିଆରୀ ଓ ସ୍ୱର୍ଗତଃ ବ୍ରଜସୁନ୍ଦର ଶତପଥୀ ଓ ସ୍ଵର୍ଗତାଃ କୁମୁଦିନୀ ଶତପଥୀ ଙ୍କ ନାତୁଣୀ। ଏହି ସଫଳତା ଲାଗି ସୁଶ୍ରୀ ବର୍ଷା ବୈଶାଳୀ ଙ୍କୁ ବିଭିନ୍ନ ସ୍ଥାନରୁ ଅଭିନନ୍ଦନ ବାର୍ତ୍ତା ଦିଆଯିବା ସହ ଜଣେ ଅଧ୍ୟୟନରତ ଛାତ୍ରୀ କୃତିତ୍ୱ ଅର୍ଜନ କରିବା ନେଇ ଅଞ୍ଚଳକୁ ଗୌରାବନ୍ବିତ କରିବାରେ ସହୟକ ହୋଇଛି । ବାସ୍ତବ ଟିଭି ପରିବାର ସୁଶ୍ରୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରୁଛି ।


