
ସଂଜୟ ସତପଥୀ(କଟକ):ସଂପ୍ରତି ପାଶ୍ଚାତ୍ୟ ସଭ୍ଯତାର ମାନ ବର୍ତ୍ତମାନ ର ଯୁବପୀଢିଙ୍କୁ ଆକର୍ଷିତ କରୁଥିବା ବେଳେ ସେମାନଙ୍କୁ ସେହି ଅପସଂସ୍କୁୃତିରୁ ବିରତ କରାଇବା ଓ ବିଶ୍ବର ଶ୍ରେଷ୍ଠ ଧର୍ମ ସନାତନ ଧର୍ମ ଓ ଶ୍ରେଷ୍ଠ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ କରିବାର ଅଭିଳାଷ ନେଇ ଆଜି ପଶ୍ଚିମ କଟକ ଶ୍ରୀମଦ୍ ଭାଗବତ ପୁନଃଉଦ୍ଧାର କମିଟି ପକ୍ଷରୁ କଟକର ଚାନ୍ଦିନୀଚୌକଠାରେ ଶ୍ରୀମଦ୍ ଭାଗବତ ମେଲଣ ର ଆୟୋଜନ କରାଯାଇଥିଲା।
ଏହି ମେଲଣ ରେ ପ୍ରସିଦ୍ଧ ଜଳୌକା ଆଶ୍ରମର ମୂଖ୍ଯ ସନ୍ଥ ସ୍ବାମୀ ଶ୍ରୀ ଅମ୍ରୂତାନନ୍ଦ ମହାରାଜ ଶ୍ରେଷ୍ଠ ମାର୍ଗଦର୍ଶକ ଭାବେ ଯୋଗଦେଇ ପ୍ରତି ସାହିବସ୍ତିରେ ଶ୍ରୀମଦ୍ ଭାଗବତ ଟୁଙ୍ଗୀ ର ପୁନଃଉଦ୍ଧାର କରାଯାଇ ପ୍ରତ୍ଯହ ପବିତ୍ର ଶ୍ରୀମଦ୍ ଭାଗବତ ଗୋଟିଏ ଅଧ୍ଯାୟ ପଢିବାକୁ ଓ ଶୁଣିବାକୁ ସମସ୍ତ ସନାତନ ଧର୍ମୀଙ୍କୁ ନିଜର ବାଣୀ ମାଧ୍ୟମରେ ନିବେଦନ କରିଥୂଲେ, ଯଦ୍ବାରାକି ଶ୍ରେଷ୍ଠ ଧର୍ମ ହିନ୍ଦୁଧର୍ମ, ଶ୍ରେଷ୍ଠ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର ସହ ଆସନ୍ନ ବିପଦରୁ ସମସ୍ତେ ରକ୍ଷା ପାଇବା ସହ ବର୍ତ୍ତମାନ ର ଯୁବପୀଢିଙ୍କୁ ଲାଗି ଏକ ମାର୍ଗଦର୍ଶନ ହେବ ବୋଲି ମତ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ଯରେ ସଭାପତି ଶ୍ରୀ ପ୍ରତାପ କୁମାର ସିଂ, ଉପ-ସଭାପତି ଶ୍ରୀ ଫାଲଗୁନୀ ହାଲଦାର, ସମ୍ପାଦକ ଶ୍ରୀ ନିହାର ରଞ୍ଜନ ସାମନ୍ତରାୟ, ଉପଦେଷ୍ଟା ଶ୍ରୀ ଉପେନ୍ଦ୍ର ବେହେରା, ଶ୍ରୀ ପୂର୍ଣଚନ୍ଦ୍ର ସିଂ, ଶ୍ରୀ ଚିରଞ୍ଜିବୀ ବେହେରା, ଶ୍ରୀ ବୀରେନ୍ଦ୍ର ସାହୁ, ଚୌଧୁରୀ କାଶୀନାଥ ମଲ୍ଲୀକ, ଡା.ରବିରଞ୍ଜନ ସାହୁ, ଶ୍ରୀ ଯତୀନ୍ଦ୍ର ଦାସ, ଶ୍ରୀ ରମେଶ ବେହେରା, ପାଲାକାର ବାଣୀଶ୍ରୀ କୁଳମଣି ପଣ୍ଡା, ବରିଷ୍ଠ ସାମ୍ବାଦିକ ଶ୍ରୀ କୈଳାସ ଜେନା ପ୍ରମୁଖ ଯୋଗଦେଇ ସମସ୍ତ ଜନସାଧାରଣ ପ୍ରତି ସାହିବସ୍ତିରେ ଥିବା ଶ୍ରୀମଦ୍ ଭାଗବତ ଟୁଙ୍ଗୀ ର ପୁନଃଉଦ୍ଧାର କାର୍ଯ୍ୟରେ ମନୋନିବେଶ କରି ସମାଜର ମଂଗଳ କରିବା ସହ ସନାତନ ଧର୍ମର ପ୍ରଚା ଓ ପ୍ରସାର ଦିଗରେ ସହାୟକ ହୁଅନ୍ତୁ ବୋଲି ନିବେଦନ କରିଥୂଲେ।
ଏହି ମେଲଣରେ ବହୁ ଭଗବତପ୍ରେମୀ ଶ୍ରୀମଦ୍ ଭାଗବତ କୁ ମୁଣ୍ଡରେ ରଖି କଟକର ବାଲୁବଜାର ପୁଜାକମିଟି ମନ୍ଦିର ରୁ ବାହାରି ଆଲାମଚାନ୍ଦ ବଜାର, କାଜିବଜାର, ରୋଭର୍ ଷ୍ଟ୍ରିଟ୍, ଖଟବିନ ସାହି, ମହମ୍ମଦିଆ ବଜାର ପରିକ୍ରମା କରି ଶେଷରେ ଚାନ୍ଦିନୀଚୌକ ପୁଜାକମିଟି ମନ୍ଦିର ରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସନାତନ ଧର୍ମୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ର ପ୍ରଚାରକ ମାନଂକୁ ସମ୍ମାନିତ କରାଯାଇଥିଲା। ଏହି ପବିତ୍ର କାର୍ଯ୍ୟକ୍ରମ କୁ ପଣ୍ଡିତ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ପରିଚାଳନା କରିଥୂଲେ।



